କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ : କାଶୀପୁର ବ୍ଲକରେ ଡାଇରିଆ ମହାମାରୀ ରୋକିବା ପାଇଁ ଜନଜାଗରଣ ମଞ୍ଚ ଲୋକ ସଂଗଠନ ପକ୍ଷରୁ ତିନିଦିନିଆ ଜନସଚେତନତା ଅଭିଯାନ, ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ର କାଶିପୁର ବ୍ଲକ ରେ ଡାଇରୀଆ ମହାମାରୀ ଗାଁ ଗାଁ ରେ ବ୍ଯାପି ଆଜକୁ ୧୨ ଜଣ ନିରିହ ପ୍ରାଣ ଚାଳିଯିବା ଘଟଣା ରାଜ୍ୟ ରେ ଚହଳ ପକାଇଥିବା ବେଳେ ସରକାରୀ କଳ,ଜଳ ପରିମଳ ଓ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି।ଏ ଭଳି ପରିସ୍ଥିତି ରେ, ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ର ଚାମୁଆ ସଂଗଠନ ଜିଲ୍ଲାରେ କାର୍ଯ୍ୟରତ ଜନଜାଗରଣ ମଞ୍ଚ ଲୋକ ସଂଗଠନ ପକ୍ଷରୁ କାଶିପୁର ବ୍ଲକ ର ଚାରଟି ପଞ୍ଚାୟତ ର ଅଣତିରିଶ ଗ୍ରାମ ରେ ମଞ୍ଚ ର ଆଠଟି ବ୍ଲକ ର ତିରିଶ ଜଣ ରୁ ଉର୍ଦ୍ଧ୍ବ ସଦସ୍ୟ ସଦସ୍ୟା ମାନେ ଏକତ୍ରିତ ହୋଇ ହାତରେ ପ୍ଳାକ କାର୍ଡ,ବେନର, ପଥପ୍ରାନ୍ତ ନାଟକ, ଗୀତ, କାନ୍ଥ ଲେଖା, ବକ୍ତବ୍ୟ ମାଧ୍ୟମରେ ଲୋକ ମାନଙ୍କୁ ଅପରିଷ୍କାର ପାଣି ନ ପିଇବା,ଫୁଟାପାଣି ପିଇବା,ବାସି ଓ ଥଣ୍ଡା ଖାଦ୍ୟ ନ ଖାଇବା,ଗରମ ଓ ତଟକା ଖାଦ୍ୟ ଖାଇବା, ଘର ଓ ଗାଁ ର ଚତୁର ପାର୍ଶ ସଫା ରଖିବା ଛଟ ଶିଶୁ ମାନଙ୍କୁ ପରିଷ୍କାର ରଖିବା, ବାହାରକୁ ଗଲେ ଚପଳ ପିନ୍ଧିବା,ଶୈଚ ପରେ ସାବୁନରେଭଳ ଭାବରେ ହାତ ଧୋଇବା, ମଶାରୀ ଟାଣି ଶୋଇବା, ନଦୀ,ନାଳ, ଝରଣା,କୂଅ ପାଣି ପିଇବା ନାହିଁ ଜ୍ବର, ଝାଡ଼ାବାନ୍ତି ହେଲେ, ବେଶରକାରୀ ଡାକ୍ତର, ଗୁଣିଗାରେଡି,ଝଡାପୁଙ୍ଗା,ଚେରମୂଳି,ପରି ଅନ୍ଧ ବିଶ୍ବାସ କୁ ନ ଆପଣାଇ ତୁରନ୍ତ ଆଶାଦିଦି, ଅଙ୍ଗନବାଡ଼ି, ସ୍ବାସ୍ଥ୍ୟକର୍ମୀ, ଙ୍କୁ ଜଣାଇବା ସରକାରୀ ଡାକ୍ତରଖାନା ଯିବା,କଲେରା ରୋଗ ପାଇଁ ଜିଲ୍ଲା ନିୟନ୍ତ୍ରଣ କକ୍ଷ ହେଲ୍ପଲାଇନ ନମ୍ବର ବେବହାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡ଼ାକ୍ତରଖାନା କୁ ଯିବା ଆଦି ବିଷୟରେ ସଚେତନତା ଓ ଅଭିଯାନ ମାଧ୍ୟମରେ ବୁଝାଇଥିଲେ ଏହି ଅଭିଯାନରେ, ସରପଞ୍ଚ,ୱଡ ସଭ୍ୟ ସଭ୍ୟା, ଯୁବକ ସଂଘ, ମହିଳା ମଣ୍ଡଳ, ଗ୍ରାମ ମୁଖିଆ, ଆଶା ଦିଦି, ଅଙ୍ଗନବାଡ଼ି, ସ୍ବାସ୍ଥ୍ୟ କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ମାନଙ୍କୁ ସାମିଲ କରାଯାଇଥିଲା, ମଞ୍ଚ ଏହି ଅଭିଯାନ ଜିଲ୍ଲାର ଦଶଟି ବ୍ଲକ ର ସମସ୍ତ ପଞ୍ଚାୟତର ସମସ୍ତ ଗ୍ରାମ ରେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି,ଶଙ୍କରଡ଼ା ପଞ୍ଚାୟତ ବରିଗୁମା ଗ୍ରାମ ରୁ ଆରମ୍ଭ ହେଇ ନାକଟିଗୁଡା ପଞ୍ଚାୟତ ରେ ଶେଷ ହେଇଛି ଏବଂ ଗଣମାଧ୍ୟମଙ୍କ ଜରିଆରେ ସରକାର ଙ୍କୁ ମଞ୍ଚ ଅନୁରୋଧ କରୁଛି କି ପ୍ରଜ୍ଯାପ୍ତ ପରିମାଣ ରେ ପାଣି ସକାଳ ୬ ଘଣ୍ଟା ସୁଦ୍ଧା ଗ୍ରାମ ମାନଙ୍କରେ ପହଞ୍ଚାଇବାକୁ ଏବଂ ଜନଜାଗରଣ ମଞ୍ଚ ତରଫରୁ ସକ୍ରିୟ କର୍ମୀ,ଶିବରାମ ନାଏକ,ସୁରତ ଗୋପାଳ,ଇନ୍ଦୁମତି ଖରା,ସଦା ମାଝୀ,କେଶବ ମାଝୀ,ସତନ ମାଝୀ, ଭାଗିରଥି ସାହୁ,ବିଚିନ୍ଦ୍ର ନାଏକ,ପାଇକ ମାଝୀ, ଦେବେନ୍ଦ୍ର ସୁନା, ବଟକୃଷ୍ଣ,କୁଶ ପ୍ରଧାନୀ,ସୁଧୀର ଗମାଙ୍ଗ,ସନା ମାଝୀ,ସୁରେଶ ମିଣିଆକା, ବିଜୟଲକ୍ଷ୍ମୀ ଶବର, ପ୍ରକାଶ ପ୍ରଧାନୀ, ପ୍ରମୁଖ ଙ୍କ ସହିତ ୧୦ ଟି ବ୍ଲକ ର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post