ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୟୁନିଅନ ବ୍ୟାଙ୍କ୍ ଦ୍ଵାରା ପରିଚାଳିତ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ତା ୨୬.୦୭.୨୦୨୨ରିଖ ମଙ୍ଗଳବାର ଠାରୁ ମହମବତୀ ତିଆରି ଟ୍ରେନିଂ ନୂଆଗଡ ବ୍ଲକର ବଡପଦା ଠାରେ ଆରମ୍ଭ ହେଇଛି। ଏହି ଟ୍ରେନିଂ ଆଗାମୀ ୧୦ ଦିନ ଧରି ଚାଲିବ।
ଉଦଘାଟନ ସଭାରେ ଅନୁଷ୍ଠାନର ବରିଷ୍ଠ ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତୀ ସଭାପତିତ୍ବରେ ସମ୍ମାନିତ ଅତିଥି ରୂପେ ନୂଆଗଡ ବ୍ଲକ ଓଏଲଏମ ବିପିଏମ ଶ୍ରୀ ସତ୍ୟବାଦୀ ପାଇକ ଏବଂ ବଡପଦା ପଞ୍ଚାୟତ ଏମବିକେ ସୁଶ୍ରୀ ରଶ୍ମିତା ଗୁରୁ ଯୋଗ ଦେଇଥିଲେ। ଅତିଥି ଏବଂ ନିର୍ଦ୍ଦେଶକ ପ୍ରତିଭାଗି ମାନଙ୍କୁ ଉତ୍ତମ ଭାବେ ପ୍ରଶିକ୍ଷଣ ନେଇ ଆତ୍ମନିଯୁକ୍ତ ହେବା ସଙ୍ଗେ ସଙ୍ଗେ ଉତ୍ତୋରତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ।
ବଡପଦା ପଞ୍ଚାୟତର ୩୫ ଜଣ ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରଶିକ୍ଷଣ ନେବେ। ଏମାନଙ୍କୁ ତାଲିମ ଦେବା ପାଇଁ ସୁଦୂର ପୁରୀ ଜଗନ୍ନାଥଧାମରୁ ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଆସୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post