ଶହୀଦଙ୍କ ତ୍ୟାଗର ପଟାନ୍ତର ନାହିଁ

0

ଜିଲ୍ଲା ସାଂବାଦିକ ସଂଘ ଓ ଅବସରପ୍ରାପ୍ତ ସୈନିକ ସଂଘ ଆନୁକୂଲ୍ୟରେ ୨୩ତମ କାରଗିଲ ବିଜୟ ଦିବସ ପାଳିତ 

ବଲାଙ୍ଗିର(ନିରୋଜ ମିଶ୍ର) – ମା ଭାରତୀର ବୀରପୁତ୍ର ମାନଙ୍କ ଅଦମ୍ୟ ସାହାଶ ଓ ପରାକ୍ରମ ଫଳରେ ୨୩ ବର୍ଷ ପୂର୍ବେ ଭାରତୀୟ ସେନା ବହୁ ପ୍ରାଣବଳି ଦେଇ କାରଗୀଲ ବିଜୟ କରବାକୁ ସଫଳ ହୋଇଥିଲା । ଭାରତମାତାର ସର୍ବଶ୍ରେଷ୍ଠ ସନ୍ତାନ ମାନଙ୍କ ସାହାଶ, ପରାକ୍ରମ, ବଳିଦାନ ଓ ବିଜୟ ର ପ୍ରତିକ ସେହି ଦିବସକୁ ଆଜି ଜିଲ୍ଲା ଅବସର ପ୍ରାପ୍ତ ସୈନିକ ସଂଘ ତଥା ବଲାଙ୍ଗିର ଜିଲ୍ଲା ସାଂବାଦିକ ସଂଘର ମିଳିତ ଆନୁକୁଲ୍ୟରେ ପାଳନ କରାଯାଇ ଶହୀଦ ସୈନିକ ଓ ଭାରତୀୟ ସେନାର ବିର ଗାଥାକୁ ଆଗାମୀ ପିଢି ପର୍ଯ୍ୟନ୍ତ ବଢେଇବାର ଏକ ପ୍ରୟାସ ପୁର୍ବକ ବଲାଙ୍ଗିରର ଧୁମ ଧାମରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି ।
ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆୟୋଜିତ ତଥା ସୈନୀକ ସଂଘର ସଭାପତି ବିଭୂତି ଭୁଷଣ ପାଣୀଗ୍ରାହୀ ସଭାପତିତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ , ବରେଣ୍ୟ ଅତିଥି ସମାଜସେବୀ ଡା. ଶ୍ରୀକର ମିଶ୍ର, ସମ୍ମାନୀତ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷା ସବିତା ବାଗ ଯୋଗ ଦେଥିବା ବେଳେ ଓ ସଂଘର ସଂପାଦକ ପ୍ରତାପ ରଥ ମଞ୍ଚାସିନ ଥିଲେ । ମୂଖ୍ୟ ଅତିଥି ଶ୍ରୀମତି ସାହୁ ଜୟଗାନ ର ନାରଦେଇ ଭାଷଣ ଆରମ୍ଭ କରିବା ସହିତ କହିଥିଲେ ଯେ, କାରଗିଲ ଲଢେଇରେ ଶତୃପକ୍ଷଙ୍କ ପର୍ବତ ଉପରୁ ଆକ୍ରମଣ କରୁଥିଲେ ହେଁ ଭାରତୀୟ ସୈନୀକ କିଭଳି ନିଜର ପରାକ୍ରମ ଦେଖାଇ ଶତୃପକ୍ଷର ସର୍ବନାଶ କରିବାରେ ସଫଳ ହୋଇଥିଲେ, ତାହା ଉପରେ ଆଲୋକ ପାତ କରିଥିଲେ । କେବଳ ସୈନୀକମାନଙ୍କ ବଳିଦାନ ଯୋଗୁଁ ଆମେ ସାଧାରଣ ଜନତା ସୁରକ୍ଷାର ନିଶ୍ୱାସ ନେଇ ପାରୁଛୁ ଯାହାର ଅନେକ ଉଦାହରଣ ରହିଛି । ତେଣୁ ଏହି ସର୍ବୋପରି ସୈନୀକମାନଙ୍କ ସମସ୍ତେ ଯଥା ସମ୍ଭବ ପ୍ରୟତତ୍ନ କରିବା ଆବଶ୍ୟକ ବୋଲି କହିଥିଲେ । ସେହିପରି ଶ୍ରୀମତି ବାଗ ପ୍ରତ୍ୟେକ ଯୁଦ୍ଧ ପରେ ଯୁଦ୍ଧରେ ପ୍ରାଣ ହରାଇଥିବା ସୈନୀକ ପରିବାରର ଆଜିବନ ଦୁଃଖ ଦୁଃର୍ଦ୍ଧଶା ଦୁର କରିବା ପାଇଁ ସମାଜ ସହାୟକ ହେଉ ବୋଲି ଆହ୍ୱାନ କରିଥିଲେ । ଏହି ଅବସରରେ ସଂଘର ସଭାପତି ତଥା ସଂପାଦକ ସଂଘର ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ର ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସଇଁନ୍ତଳା ଅଂଚଳର ଜଣ ସହୀଦ ଥବିର ବୁଡେକ ଓ ଆଗଲପୁର ଅଂଚଳର ସହୀଦ ସୁମନ୍ତ ପ୍ରଧାନଙ୍କ ପରିବାର ବର୍ଗଙ୍କୁ ସେମାନଙ୍କ ବୀରତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ତା ସହ ସଂଘର ତିନି ଜଣ ସକ୍ରୀୟ ସଦସ୍ୟ ଯଥା ଘାସୀରାମ ବେହେରା, ପ୍ରଫୁଲ୍ଲ ମେହେର ଓ ସହଦେବ ପୁରୋହିଙ୍କୁ ମଧ୍ୟ ସଂଘ ପ୍ରତି ତାଙ୍କ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା । କୋଶଳ ପ୍ରବାହର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ ସୁନ୍ଦର ମଂଚ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.