ଜିଲ୍ଲା ସ୍ତରୀୟ ଉଜ୍ୱଳ ଭାରତ ଉଜ୍ୱଳ ଭବିଷ୍ୟତ ବିଦ୍ୟୁତ ମହୋତ୍ସବ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ “ଆଜାଦୀ କା ଅମୃତ ମହୋତ୍ସବ” ଅନ୍ତର୍ଗତ ବିଦ୍ୟୁତ ମହୋତ୍ସବ କେନ୍ଦ୍ର ସରକାର ବିଦ୍ୟୁତ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କର ସହଯୋଗିତାରେ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗାବରା ତିରୁପତି ରାଓ ଯୋଗ ଦେଇ ଗଜପତି ଜିଲ୍ଲାରେ ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟର ଉଲ୍ଲେଖ କରିଥିଲେ। ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ପୌରହିତ୍ୟ କରି ସୌର ଉର୍ଜ୍ଜ୍ୟା ର ଉପଯୋଗୀତା ଏବଂ ଭବିଷ୍ୟତରେ ତାହାର ବହୁଳ ପ୍ରଚଳନ ଉପରେ ଗୁରୁତ୍ୱ ଦେଇଥିଲେ।
ସମ୍ମାନିତ ଅତିଥି ରୂପେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଯୋଗ ଦେଇ ବିଦ୍ୟୁତର ବିଭିନ୍ନ ଉପଯୋଗୀତା ଏବଂ ଉପଲବ୍ଧତା ଉପରେ ନିଜର ମତାମତ ପୋଷଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଓପିଟିସିଏଲ ଡିଜିଏମ ଦାମୋଦର ପ୍ରସାଦ ପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆନୁକୂଲ୍ୟରେ ବିଦ୍ୟୁତ କ୍ଷେତ୍ରରେ ବିଗତ ୮ବର୍ଷରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତି ଉପରେ ବିସ୍ତାର ରୂପେ ବର୍ଣ୍ଣନା କରିଥିଲେ।
କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।
ବିଦ୍ୟୁତକ୍ଷେତ୍ରର ଉପଲବ୍ଧତାକୁ ଅଡିଓ ଭିଡ଼ିଓ ଭିଜୁଆଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଏନଟିପିସି ସୌଜନ୍ୟରେ ଓ ଓପିଟିସିଏଲ ଏବଂ ଟିପିଏସଓଡିଏଲ ର ସହଯୋଗୀତାରେ ଆୟୋଜନ କରାଯାଇଥିଲା। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଦ୍ୟୁତ କ୍ଷେତ୍ରରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଜନସାଧାରଣଙ୍କ ପାଖକୁ ପଞ୍ଚାଇବା ଏବଂ ବିଦ୍ୟୁତର ସଦୁପଯୋଗ ଓ ସୌର ଉର୍ଜ୍ଜ୍ୟା ର ସୁଫଳ ଉପରେ ସଚେତନତା ଜାଗ୍ରତ କରିବା। କାର୍ଯ୍ୟକ୍ରମ ଶେଷରେ ବରିଷ୍ଟ ମ୍ୟାନେଜେର ଏନଟିପିସି ରମାକାନ୍ତ ଦାଶ ଆମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଓପିଟିସିଲ ଏବଂ ଟିପିଏସଓଡିଏଲ କର୍ମଚାରମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.