“ଶ୍ମଶାନ ଘରେ ଶବଦାହ ପାଇଁ ଦଳିତ ପରିବାରଙ୍କୁ ସବର୍ଣ୍ଣ ଲୋକଙ୍କ ବାରଣ କଣ ପାଇଁ”

0

ଜଗତସିଂହପୁର /ସୁମନ୍ତ କୁମାର ଦାସ: ବାରଣ ପରେ ମଧ୍ୟ ଦଳିତ ପରିବାର କୁ ମିଳୁଛି ହତ୍ୟା ଧମକ ତା ସହିତ ସ୍ମସାନ ଗୃହ ପ୍ରତିଷ୍ଠା ପାଇଁ ପଚାଶ ହଜାର ଟଙ୍କା ଜୋରିମାନା l ଖାଲି ସେତିକି ନୁହେଁ ଗାଁ ର ବିଭିନ୍ନ ପୂଜା ପର୍ବ ଏବଂ ଧାର୍ମିକ ଅନୁଷ୍ଠାନ କୁ ମଧ୍ୟ ବାରଣ କରାଉଛି l ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ କୁସୁପୁର ପଞ୍ଚାୟତ ର ବାହାକଣ ଗ୍ରାମରେ l ବାହାକଣ ଗ୍ରାମର କିଛି ମୁଷ୍ଟିମେୟ ସବର୍ଣ୍ଣ ବର୍ଗର ଲୋକ ଯେକି ମିଟୁ ଦାସ, ଧିରେନ ବେହେରା, ଜଇରାମ ବେହେରା, ହୁରିଆ ସ୍ୱାଇଁ, ନୁରସିଂହ ନାୟକ ଏବଂ କଣ୍ଡୁରୀ ସ୍ୱାଇଁ, ଏହି ନିମ୍ନ ଭାବନା ଥିବା ବ୍ୟକ୍ତି ଦଶ ଦଳିତ ପରିବାର ଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଗ୍ରାମବାସୀଙ୍କୁ ଉସକାଇ ଦଶ ଦଳିତ ପରିବାର ଙ୍କୁ ନିଆଁ ପାଣି ବଛାନ୍ଦ କରିବାକୁ କହିଥିଲେ l ଏନେଇ ଆନନ୍ତପୁର ଫାଣ୍ଡି ରେ ଦଳିତ ପରିବାର ଲୋକେ ଅଭିଯୋଗ କଲାପରେ କୌଣସି ପଦକ୍ଷପ ନିଅ ଯାଇନଥିବା ବେଳେ କୁହାଯାଉଛି l ଆଜକୁ ୧୫ଦିନ ହେବ ଏସ. ଡି. ପି. ଓ ଙ୍କ ପାଖରେ ଅଭିଯୋଗ କରିଥିଲେ ହେଲେ ଦୁଃଖ ର ବିଡମ୍ବନା ବିସୟ ଆଜି ପ୍ରଯନ୍ତ କୌଣସି ପଦକ୍ଷପ ନିଆଯାଇନଥିବା ଜଣାପଡିଛି l ବର୍ତମାନ ଦଶ ଦଳିତ ପରିବାର ଙ୍କୁ ନିଆଁ ପାଣି ବାଛନ୍ଦ ପାଇଁ ବିଭିନ୍ନ କୋଣରୁ ଚାପ କରାଯାଉଥିବା ବେଳେ କିଛି କୁଜିନେତା ମାନଙ୍କ ଜରିଆରେ ଅଭିଯୋଗ କୁ ଚାପିଦବାକୁ ପ୍ରୟାସ କରାଯାଉଛି l କିନ୍ତୁ ଆନନ୍ତପୁର ଫାଣ୍ଡି କତୃପକ୍ଷ ନିରବ ଦ୍ରଷ୍ଟା ପାଲଟି ଯାଇଥିବା ଜଣାଯାଇଛି l ତେବେ ଏହି ଦଶ ଦଳିତ ପରିବାର କୁ ନ୍ୟାୟ ନ ମିଳିଲେ ଜିଲ୍ଲା ଏସପି ଅଫିସ ସମ୍ମୁଖରେ ଧାରଣା ରେ ବସିବାକୁ ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.