ଦେଶୀ ମଦ ଜବତ : ଜଣେ ଗିରଫ

0

ରାଉରକେଲା/ ବସନ୍ତ ଜେନା : ରାଉରକେଲା ଅବକାରୀ ବିଭାଗର ସବ୍ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ଓ ତାଙ୍କ ମୋବାଇଲ୍ ୟୁନିଟ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୁତ୍ର ରୁ ଖବର ପାଇ ଉଦିତ୍ ନଗର ଥାନା ଅଞ୍ଚଳର ଶୀତଳ ପଡ଼ା ଛକ ପାଖରେ ଚଢାଉ କରି ଦୁର୍ଗା ପ୍ରସାଦ ନାଥ ନାମକ ବ୍ୟକ୍ତି ଙ୍କ ଠାରୁ ୫୫ ଲିଟର ଦେଶୀ ମହୁଲି ମଦ ଜବତ କରିଛନ୍ତି। ଏଥି ସହିତ ମଦ ନେଇକରି ଯାଉ ଥିବା ସ୍କୁଟୀ ଯାହାର ନମ୍ବର OD 14 N 1635 କୁ ଭି ଜବତ କରିଛନ୍ତି। ଅଭିଯୁକ୍ତ ଦୁର୍ଗା ପ୍ରସାଦ ନାଥ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ବିଭାଗ ପ୍ରତ୍ୟେକ ଦିନ ଚୋରା ଦେଶୀ ମଦ ଜବତ କରିବା ସତ୍ୟେ ଏତେ ପରିମାଣ ର ଦେଶୀ ମଦ କେଉଁଠାରୁ ଆସୁଛି ତାହା ଏବେ ମଧ୍ୟ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.