ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ଡକାୟତ ଗ୍ୟାଙ୍ଗ ଗିରଫ

0

ଭଦ୍ରକ/ସୀତାକାନ୍ତ ପାଢ଼ୀ -:ବିଭିନ୍ନ ସମୟରେ ଡକାୟତି କରି ଫେରାର ହୋଇ ଯାଉଥିବା 4 ଜଣ ଡକାୟତଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶେଷରେ ଗିରଫ କରିଛି | ଗିରଫ ପରେ ସେମାନଙ୍କ ଠାରୁ ମାରଣାସ୍ତ୍ର, 4 ହଜାର ଟଙ୍କା ଏବଂ 5 ଗୋଟି ମୋଟର ସାଇକେଲ ଏବଂ 6 ଗୋଟି ମୋବାଇଲ ଜବତ କରିଛି. ଅଧିକ ତଦନ୍ତ ପାଇଁ ସେମାନଙ୍କ ନାମ ପୋଲିସ ପ୍ରକାଶ କରି ନାହିଁ | ତେବେ ଏହି ଗିରଫ 4 ଜଣ ଡକାୟତ ଗତ 19 ତାରିଖ ରାତିରେ ଚରମ୍ପା ଅଂଚଳ ର ଝାରଖଣ୍ଡ ରାଜ୍ୟର ଜଣେ ଟ୍ରକ ଡ୍ରାଇଭର ଏବଂ ହେଲପରଙ୍କୁ ଭୟଭୀତ କରିବା ସହିତ ଆକ୍ରମଣ କରି ଅଭିନଵ ଉପାୟ ରେ ଫୋନ ପରେ 4 ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ. ପରେ ସେହି ଦିନ ରାତିରେ ଆରଡ଼ି ଛକ ଅଂଚଳର ଜଣେ ମହିଳାଙ୍କ ଗେଟ ଚାବି ଭାଙ୍ଗି ତାଙ୍କ ଗାଡି ଭାଙ୍ଗି ଡକାୟତ କରିବା ପାଇଁ ଉଦ୍ୟମ କରି ଥିଲେ. କିନ୍ତୁ ଲୋକ ମାନେ ଉଠି ପାଟି କରିବାରୁ ସେମାନେ ପଳାଇ ଯାଇଥିଲେ | ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଦୁଇଟି ଅଭିଯୋଗ ହେବା ପରେ ପୋଲିସ ସେମାନଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରିବା ସହିତ ମୋବାଇଲ ଲୋକେସନ ଓ ବ୍ୟାଙ୍କ ଡିଟେଲସକୁ ଆଧାର କରି ତଦନ୍ତ କରିଥିଲେ. ପରେ ଏହି 4 ଜଣ ଡକାୟତ ଚରମ୍ପା ରେଳ ଓଭର ବ୍ରିଜ ପାଖରେ ନିଶାସକ୍ତ ଅବସ୍ଥାରେ ଥିବା ଖବର ପାଇ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲେ | ସେମାନଙ୍କୁ ଠାରୁ ଏହି ସବୁ ମାରଣାସ୍ତ୍ର, ଟଙ୍କା, ମୋବାଇଲ ଏବଂ ମୋଟର ସାଇକେଲ ଜବତ କରିବା ସହିତ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ | ତେବେ ଏହି ଡକାୟତ ମାନଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ଥିବା ପୋଲିସ କହିଛି…

Leave A Reply

Your email address will not be published.