କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଡାଇରିଆ ପ୍ରଭାବିତ ଗ୍ରାମରେ ଉତ୍କଳ ଆଲୁମିନା ଏବଂ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ ରତ ମୈତ୍ରୀଏବଂ ଶ୍ରୀ ଆଦିତ୍ୟ ଲୋଜିଷ୍ଟ ଭଳି କନ୍ସ ଟ୍ରକ୍ସନ କମ୍ପାନୀ ଏବଂ ବିଭିନ୍ନ ସଂସ୍ଥା ,ସଙ୍ଗଠନ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।ଆଜିବ୍ଲକର ଟିକିରି ସ୍ଥିତ ଝୋଡ଼ିଆ ପଡ଼ା ଠାରେଉତ୍କଳ ଆଲୁମିନା ସିଏସ ଆର ତରଫରୁ ଆୟୋଜିତ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମ ରେ ଉତ୍କଳ ଆଲୁମିନା ର ୟୁନିଟ ହେଡ଼ ତଥା ସଭାପତି ମଝହର ବେଗ ଅତିଥି ଭାବେ ଯୋଗ ବିଶୁଦ୍ଧ ପାନୀୟ ଜଳ ପୂର୍ଣ୍ଣ ଜାର କିନ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭକରିଥିଲେ।ସାହିରେ ଥିବା ପ୍ରତ୍ୟେକପରିବାର ଙ୍କୁ20ଲିଟର ର ପାଣି ଜାର ପ୍ରଦାନ କରାଯାଇ ଥିଲା ।ଉତ୍କଳ ଆଲୁମିନା ର ପିଆରଓ ଅଧିକାରୀ ତନ୍ମୟ ମହାନ୍ତିଙ୍କ ସହିତ ସିଏସ ଆର ଗଜେନ୍ଦ୍ର ନାଏକ ,ମୌସୁମୀ ଦାଶ ସହ ଅନ୍ୟ ଅଧିକାରୀ ମାନେ ଏହାର ପରିଚାଳନା କରିଥିଲେ ।ସେହିପରି କୋଡିଙ୍ଗା ମାଳି ଖଣି ଖନନ କରୁଥିବା ମୌତ୍ରୀ କମ୍ପାନୀ ତରଫରୁ ମଧ୍ୟ ଝୋଡ଼ିଆ ସାହି ସହିତ ଅନ୍ୟ ପ୍ରଭାବିତ ସ୍ଥାନ ମାନ ଙ୍କରେ ଡାଲି ଚାଉଳ ଭଳି ରାସନ ସାମଗ୍ରୀ ର ରିଲିଫ ବଣ୍ଟନ କରାଯାଇ ଥିଲା । କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର କେ ଶ୍ରୀନିବାସ ରାଓଙ୍କ ତତ୍ତ୍ୱାବଧାନରେ ପୁଷ୍ଟି ଦୁରିଆ,ନାଭିନାୟକ ,ବଳଦେବ ନାୟକ ପ୍ରମୁଖ ପିଆର ଓ ଏବଂ ଏଚ ଆର ବିଭାଗ ର ପଙ୍କଜ ସରକାର,ବୁଲୁ ନାୟକ ସହିତ ଏକାଉଣ୍ଟ ଟେଣ୍ଡ ବେଣୁ ଗୋପାଳ ରାଓପ୍ରମୁଖ ଏହାର ପରିଚାଳନା କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଡମ୍ଭୁରୁ ମାଝୀ, କୈଳାସ ନାଏକଅନ୍ୟ ମାନେ ଉପସ୍ଥିତ ଥିଲେ ।ସେହିପରି ଶ୍ରଆଦିତ୍ୟ ଲୋଜିଷ୍ଟ କମ୍ପାନୀ ଗତକାଲି ଟିକିରି, ଦୁଡୁକା ବାହାଲ ଠାରେ ରାସନ ବଣ୍ଟନ କରିଥିବା ବେଳେ ଆଜିବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ ନେତୃତ୍ୱରେ ମାଇକଞ୍ଚପଞ୍ଚାୟତ ର କାକୁଡି ପଦର, ପଂଚାଳି ଆଦି ସ୍ଥାନରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି ।ମୈତ୍ରୀକମ୍ପାନୀ ପ୍ରଭାବିତ ଗ୍ରାମରେ 500ପ୍ୟାକେଟ ରାସନ ସାମଗ୍ରୀ ବଣ୍ଟନ କରୁଥିବା ବେଳେ ଶ୍ରୀ ଆଦିତ୍ୟ ଲୋଜିଷ୍ଟ1200ପ୍ୟାକେଟ ରାସନ ସାମଗ୍ରୀ ରିଲିଫ ଆକାରରେ ପ୍ରଦାନ କରୁଥିବା ଜଣା ଯାଇଛି ।
Sign in
Sign in
Recover your password.
A password will be e-mailed to you.