ଯାତାୟାତ ସମସ୍ୟା କୁ ନେଇ ଜାତୀୟ ରାଜପଥ ରେ ବସିଲେ ଛାତ୍ର ଛାତ୍ରୀ ।

0

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଛକ ୫୭ ନଂ ଜାତୀୟ ରାଜପଥ ଉପରେ ଯାତାୟାତ ସମସ୍ୟା କୁ ଶହେରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ବସିଥିଲେ। ସୂଚନା ଅନୁଯାୟୀ ସୋରଡ଼ା ଏବଂ ଲୁଣୀସରା ଗ୍ରାମ ରୁ ଶହେ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଜଗନ୍ନାଥ ପ୍ରସାଦ ହାଇସ୍କୁଲ କୁ ପାଠ ପଢିବା ପାଇଁ ଯାଇଥାନ୍ତି। ସୋରଡ଼ା ଏବଂ ଜଗନ୍ନାଥ ପ୍ରସାଦ ରାସ୍ତା ମଧ୍ୟଦେଇ ଯାଇଛି ବେଲାପା ନଦୀ।ନଦୀ ଉପରେ ବ୍ରିଜ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ଯ କାର୍ଯ୍ୟର ବିଳମ୍ବ ଯୋଗୁଁ ଛାତ୍ର ଛାତ୍ରୀ ମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରନ୍ତି। ବର୍ଷା ହେଲେ ପାଠପଢ଼ା ଠପ୍ ହୋଇଯାଇଥାଏ।ଏହି ସମସ୍ୟା କୁ ନେଇ ଛାତ୍ର ଛାତ୍ରୀ ୫୭ ନଂ ଜାତୀୟ ରାଜପଥ ରେ ଦୀର୍ଘ ୩ ଘଣ୍ଟା ଧରି ବସିଥିଲେ।।ଛାତ୍ର ଛାତ୍ରୀ ମାନଙ୍କ ଯାତାୟାତ ପାଇଁଏକ ସୁରକ୍ଷିତ ବାଇପାସ୍ ରାସ୍ତା ୫ ଦିନ ମଧ୍ୟରେ ଠିକାଦାର କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ସହ,ବିଡ଼ିଓ ପ୍ରମୋଦ କୁମାର ନାୟକ, ତହସିଲଦାର ପ୍ରଳୟା ନନ୍ଦ ଶତପଥୀ,ସ୍ଥାନୀୟ ସରପଞ୍ଚ ,ଆର ଡି ଏସ .ଡି ଓ ଛାତ୍ର ଛାତ୍ରୀ ଙ୍କୁ ବୁଝାଇବା ପରେ ଛାତ୍ର ଛାତ୍ରୀ ରାଜପଥ ରୁ ଉଠିଥିଲେ।

Leave A Reply

Your email address will not be published.