ରାସ୍ତା ମରାମତି ପାଇଁ ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ କାଉନସିଲର୍ ଙ୍କ ଦାବି ପତ୍ର

0

 ପଦ୍ମପୁର: ରାଜ୍ୟ ସରକାର ପ୍ରତି ବର୍ଷ ଗାଁ କୁ ସହର ସହ ଯୋଡ଼ିବା ପାଇଁ ତଥା ରାସ୍ତା ଗୁଡ଼ିକର ମରାମତି ଏବଂ ସୈନ୍ଦଜୀକରଣ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଲେ କେତେବେଲେ ଯୋଜନା ହରିଲୁଟ ହେଉଛି ତ କେତେବେଲେ ପ୍ରସାଶନର ଅଣଦେଖା ନିତୀ ଯୋଗୁଁ ଠିକାଦାର ମାନଙ୍କର ପକେଟ ଗରମର ପନ୍ଥା ପାଲିଟିଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିବା ସତ୍ବେ ମଧ୍ୟ କୈଣସୀ କାର୍ଯ୍ୟାନୁଷ୍ଠାନ ଆଖିଦୃଶିୟା ଜଣା ପଡୁନାହିଁ। ଏ ନେଇ ଜନସାଧାରଣ ତିବ୍ର ଅଶନ୍ତୋଷ ଥିବା ବେଲେ ଶିଘ୍ର ଏହି ଦାବି ଗୁଡ଼ିକ ପ୍ରତି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ପଦ୍ମପୁର ୱାର୍ଡ଼ ନମ୍ବର -୦୨ ର ଯୁବ କାଉନସିଲର୍ ଇଂଜିନିୟର କୁନାଲ ପାଣିଗ୍ରାହି।ୱାର୍ଡ଼ ନମ୍ବର -୦୨ର ସରକାରୀ ଡ଼ାକ୍ତରଖାନା ଠାରୁ ଲଖମରା ରୋଡ଼ ପର୍ଯ୍ୟନ୍ତ ପଦ୍ମପୁର ର ମୁଖ୍ୟ ଭେଉଁରିଆ ଛକ ରୁ ଶାନ୍ତିନଗର ମଧ୍ୟଦେଇ ପୂର୍ତ୍ତ ବିଭାଗ ଦ୍ବାରା ପାଞ୍ଚ ମାସ ତଲେ ମରାମତି ହୋଇଥିବା ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲିଟିଛି।ବିଭିନ୍ନ‌ ଗ୍ରାମରୁ ଶାନ୍ତିନଗର ମଧ୍ୟ ଦେଇ ପଦ୍ମପୁର କୁ ଆସୁଥିବା ଏହି ରାସ୍ତା ୫୦ ଖଣ୍ଡ ଗ୍ରାମର ଜନସାଧାରଣ ଙ୍କ ପାଇଁ ଜିବନ ଜୀବିକାର ସାଧନ ହୋଇଥିବା ବେଲେ ଛାତ୍ର ଛାତ୍ରୀ ତଥା ସ୍ବାସ୍ଥ୍ୟ ଜନିତ ରୋଗୀଙ୍କ ପାଇଁ ସ୍କୁଲ ତଥା ଚିକିସ୍ୟାଲୟକୁ ଜିବା ପାଇଁ ଏହି ରାସ୍ତା ମୁଖ୍ୟ ସାଧନ ହୋଇଥିବା ବେଲେ ଗାତ ଖାଲ ଯୋଗୁଁ ପ୍ରତିଦିନ ଦୁର୍ଘଟଣା ତଥା ଏବୁଲେନସ ଜିବା ଆସିବାରେ ଅସୁବିଧା ହେଉଛି। ଅନ୍ୟପଟେ ବର୍ତ୍ତମାନ ବର୍ଷା ସମୟ ହୋଇଥିବା ବେଲେ ରାସ୍ତାର ଗାତ ଗୁଡ଼ିକ ପାଣିରେ ପରିପୂର୍ଣ୍ଣ ରହୁଛି।ଫଲରେ ରାସ୍ତା ଆହୁରି ଖରାପ ହେବାରେ ଲାଗିଛି।ଏଣୁ ଜନସାଧାରଣଙ୍କ ହିତ ତଥା ସରକାରୀ ସାଧନର ସୁରକ୍ଷା ନିମନ୍ତେ ଏହି ରାସ୍ତାର ଶିଘ୍ର ମରାମତି ପାଇଁ ପଦ୍ମପୁର ର ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ମାଧ୍ୟମରେ ଜଣାଇଛନ୍ତି ପଦ୍ମପୁର ୱାର୍ଡ଼ ନମ୍ବର -୦୨ ର ଯୁବ କାଉନସିଲର୍ ଇଂଜିନିୟର କୁନାଲ ପାଣିଗ୍ରାହି। ଶିଘ୍ର ଏହି ରାସ୍ତାର ମରାମତି କରାନଗଲେ ଜନ ଅଶନ୍ତୋଶ ଜନ ଆକ୍ରୋଶରେ ପରିଣତ ହେବାର ସମ୍ଭାବନା ରହିଥିବାରୁ ଶିଘ୍ର ଏହି ସମସ୍ୟାର ସମାଧାନ ପ୍ରତି ପ୍ରଶାସନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଜଣାଇଛନ୍ତି ଯୁବ କାଉନସିଲର୍ ମହୋଦୟ। ତେବେ ଦେଖିବା ବାକି ରହିଲା ବିଭାଗୀୟ ଅଧିକାରୀ ଏହି ସମସ୍ୟାକୁ କେତେଶିଘ୍ର ଗୁରୁତ୍ବ ଦେବାସହ ସମାଧାନର ବାଟ କାଢ଼ିବେ। ଏହି ଦାବି ପତ୍ର ଦେବା ସମୟରେ ନରେଶ ସୁନ୍ଦର ସାହୁ,ମଣ୍ଟୁ ପାଣ୍ଡେ,ଦିନେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.