ବାଙ୍ଗିରିପୋଷି ଘାଟିରେ ବାରମ୍ଵାର ଦୁର୍ଘଟଣାର ପ୍ରତିକାର ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା

0

ଭୁବନେଶ୍ଵର(ଶାସକ ପ୍ରଶାସକ)- ବାଙ୍ଗିରିପୋଷି ଦ୍ଵାରଶୁଣୀ ଘାଟିରେ ବାରମ୍ଵାର ଦୁର୍ଘଟଣା ଘଟିବା ଯୋଗୁ ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ଅନେକ ବାର ଆନ୍ଦୋଳନ ହେଉଥିଲା l ଏ ସଂପର୍କରେ ବିଭିନ୍ନ ଖବରକାଗଜ ରେ ପ୍ରକାଶିତ ହୋଇଥିଲା l ସ୍ଥାନୀୟ ବିଧାୟକ ଶ୍ରୀ ସୁଦାମ ମାର୍ଣ୍ଡି ଏ ସମ୍ପର୍କରେ ପୂର୍ତ୍ତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ତାଙ୍କ ଅନୁରୋଧକ୍ରମେ ଆଜି ଲୋକସେବା ଭବନରେ ବାଙ୍ଗିରିପୋଷି ଘାଟିରେ ବାରମ୍ଵାର ଦୁର୍ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା ହୋଇ ଯାଇଛି l ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ବାଙ୍ଗିରିପୋଷି ବିଧାୟକ ଶ୍ରୀ ସୁଦାମ ମାର୍ଣ୍ଡିଙ୍କ ସମେତ ବିଶ୍ଵବ୍ୟାଙ୍କର ମୁଖ୍ୟଯନ୍ତ୍ରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷର ଉଚ୍ଚପଦାଧିକାରୀ, ମୁଖ୍ୟଯନ୍ତ୍ରୀ, ସିଭିଲ, ଅଧିକ୍ଷଣ ଯନ୍ତ୍ରୀ, ବାରିପଦାଙ୍କ ଉପସ୍ଥିତିରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ଦ୍ଵାରଶୁଣୀ ଘାଟିରେ ବାରମ୍ଵାର ଦୁର୍ଘଟଣାର ନିରାକରଣ ନିମନ୍ତେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି l ଏଥି ସହିତ ବାଙ୍ଗିରିପୋଷି-ଭୂଆଷୁଣୀ, ଭୂଆଷୁଣୀ-ରୋଲମୁଣ୍ଡାକଟା, ବାଲିଡିହ-ଭୂଆଷୁଣୀ ଏବଂ ଶଙ୍ଖଭଙ୍ଗା-ବିଷୋଇ ରାସ୍ତାର ଉନ୍ନତିକରଣ ତଥା ଗମନାଗମନ ପାଇଁ ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି l
ରମନାଗମନର ସୁବିଧା ତଥା ଦୁର୍ଘଟଣା ହ୍ରାସ ନିମନ୍ତେ ବାଲିଡିହ-ଭୂଆଷୁଣୀ ରାସ୍ତାରେ ପାଲପଲା ନଦୀ ଉପରେ ଭଗ୍ନ ଅବସ୍ଥାରେ ଥିବା ପୁରାତନ ପୋଲ ସ୍ଥାନରେ ଏକ ହାଇଲେଭଲ ବ୍ରିଜ ନିର୍ମାଣ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା l ଏ ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ଆସନ୍ତା ତା ୨୩.୭.୨୦୨୨ ରିଖ ଶନିବାର ଦିନ ସ୍ଥାନୀୟ ବିଧାୟକ, ଜାତୀୟ ରାଜପଥ କର୍ତ୍ତୃପକ୍ଷର ଉଚ୍ଚ ପଦାଧିକାରୀ, ମୁଖ୍ୟଯନ୍ତ୍ରୀ, ସିଭିଲ ଏବଂ ଏଥି ସହିତ ସଂପୃକ୍ତ ଅଧିକାରୀ ଉକ୍ତ ସ୍ଥାନକୁ ଗସ୍ତ କରିବାର ନିଷ୍ପତ୍ତି ହୋଇଛି

Leave A Reply

Your email address will not be published.