ଲଘୁଚାପଜନିତ ବର୍ଷାରେ ଭୁଶୁଡିଗଲା ଶିବ ମାଣ୍ଡାଙ୍ଗର ଘର।

0

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ବିଜୟନଗର ସର୍କଲ ର ସୁଳିପଦର ଗାଁର ମାଳି ସାଇ ବାସିନ୍ଦା ଶିବ ମାଣ୍ଡାଙ୍ଗ (୫୬)ଙ୍କ ଘର ଲଘୁଚାପଜନିତ ବର୍ଷରେ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ପ୍ରାୟ ଦୁଇ ଦିନ ଧରି କଲ୍ୟାଣସିଂହପୁର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗିରହିଥିଲା । ଯାହାଫଳରେ ଗରିବ ମୁଲିଆ ଶିବ ମାଣ୍ଡାଙ୍ଗ ଝାଟିମାଟି ଝିଙ୍କର ଘର କରି ସ୍ତ୍ରୀ ଗୌରୀ ମାଣ୍ଡାଙ୍ଗ,ପୁଅ ଅର୍ଜୁନ ସହ ବସ ବାସ କରି ଆସୁଥିଲେ, କିନ୍ତୁ ଆଜି ମଧ୍ୟାହ୍ନରେ ସମ୍ପୂର୍ଣ୍ଣ ଭାବେ ଘର ଟି ଭୁଶୁଡ଼ି ପଡିଛି ଯାହା ଫଳରେ ସେ ରଖିଥିବା ସାଇକଲ,ମାଣ୍ଡିଆ, ଚାଉଳ, ଧାନ, ଲୁଗାପଟା ସମେତ ଆସବାପତ୍ର ନଷ୍ଟ ହୋଇଯାଇଛି ।ଉକ୍ତ ଖବର ପାଇ ବିଜୟନଗର ରାଜସ୍ୱ ଅଧିକାରୀ ଅରୁଣ କୁମାର ଦାସ ଘଟଣା ସ୍ଥଳରେ ପହଞ୍ଚି ସବୁ ଅନୁଧ୍ୟାନ କରିବା ପରେ କ୍ଷତି ଗ୍ରସ୍ତ ଲୋକଙ୍କୁ ପଲିଥିନ ଦେଇଥିଲେ ।ଏହି ପରିବାର ତିନିଜଣ ପ୍ରାଣୀ ରହୁଛନ୍ତି । ଏହିମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ଏମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ ।ତୁରନ୍ତ ଏହି ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.