ଭଦ୍ରକ/ସୀତାକାନ୍ତ ପାଢୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ପକ୍ଷରୁ ବିଦ୍ୟାର୍ଥୀ ପରିଷଦର ୭୪ ତମ ପ୍ରତିଷ୍ଠା ଦିବସ ଏବଂ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଭଦ୍ରକ ସ୍ଵଂୟଶାସିତ ମହାିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପିକା ବିଶିଷ୍ଟ ସାହିତ୍ୟିକା ରାଧାରାଣୀ ମହାପାତ୍ର ଯୋଗ ଦେଇ ସଂଗଠନର ପତାକା ଉତ୍ତୋଳନ କରିଥିଲେ। ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ପୁରାତନ କାର୍ଯ୍ୟକର୍ତ୍ତା ଶରତ ପଢ଼ିଆରୀ, ଆନନ୍ଦ ଶଙ୍କର ଦାସ ପ୍ରମୁଖ ଯୋଗ ଦେଇ ବିଦ୍ୟାର୍ଥୀ ପରିଷଦର ଗୌରବ ମୟ ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଭଦ୍ରକରେ କିଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଂଗଠନ ସହ ଯୋଡ଼ି ହେବ ସେ ସମ୍ବନ୍ଧରେ ମାର୍ଗ ଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନେକ କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁ କିଶୋର ରାଉତ, ଜିଲ୍ଲା ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଭଦ୍ରକ ନଗର ସଂଗଠନ ସମ୍ପାଦକ ଗୋପବନ୍ଧୁ ଜେନା, ସୋନୁ ଲାହା, ରାହୁଲ ଦେବ ସାହୁ, ଆଇନ ବିଭାଗର ଛାତ୍ରୀ ପ୍ରିୟଙ୍କା ଦାଶ, ସାମ୍ବାଦିକ ସୁନିତା ମହନ୍ତ, ପୁରାତନ କାର୍ଯ୍ୟକର୍ତ୍ତା ଜଗନ୍ନାଥ ଦାଶ, ଅମରେଶ ଜେନା, ଦୁର୍ଗା ଶଙ୍କର ଜେନା, ମାନସ ବାରିକ ପ୍ରମୁଖ ଉପସ୍ଥିତ ଥିଲେ.
Sign in
Sign in
Recover your password.
A password will be e-mailed to you.
Prev Post