ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା

0

ଜଗତସିଂହପୁର /ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ମହାପ୍ରଭୁ ଜଗନ୍ନାଥ ଙ୍କ ର ବାହୁଡା଼ ଯାତ୍ରା ମହାଆଡମ୍ବର ସହିତ ଭକ୍ତ ମାନେ ପାଳନ କରିଛନ୍ତି l ମହାମାରୀ କରୋନା ପାଇଁ ଦୀର୍ଘ ୨ବର୍ଷ ପରେ ରଥଯାତ୍ରା ହେଉଥିବାରୁ ଭକ୍ତ ମାନେ ଆନନ୍ଦ ଉଲ୍ଲାସ ର ସହିତ ମହାପ୍ରଭୁ ଙ୍କ ବାହୁଡା଼ ଯାତ୍ରା ପାଳନ କରିଥିବା ଦେଖିବାକୁ ମିଳିଛି l ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପ୍ରଫୁଲ୍ଲ ପାଠାଗାରରୁ ବାହୁଡା଼ ଯାତ୍ରା ଆରମ୍ଭ ହୋଇ ଖଇରଙ୍ଗ କୁ ଯାଇଛନ୍ତି l ସେହିଭଳି ଦାଶକୁଦ ମଠ ରୁ ପୁରସ୍ତମପୁର କୁ ବାହୁଡା଼ ଯାତ୍ରା ହୋଇଯାଇଛି l ଉକ୍ତ ପଞ୍ଚାୟତ ର ନିରଞ୍ଜନ ଦାସ, ବିଜୟ କୁମାର ପତି, ସୁରେନ୍ଦ୍ର ରାୟ, ଆଲୋକ ଦାସ, ଦିପ୍ତି ରଞ୍ଜନ ଦାଶ, ପ୍ରଶାନ୍ତ କୁମାର ଦାଶ, ହିମାଂଶୁ କୁମାର ଦାଶ, ଅଜୟ ପତି, ରମେଶ ନାୟକ, ଗଙ୍ଗାଧର ଦାଶ, ମନୋରଞ୍ଜନ ମହାନ୍ତି, ନାରାୟଣ ଚନ୍ଦ୍ର ଦାଶ, ହରେକୃଷ୍ଣ ପତି, ଅଞ୍ଜନ ରାୟ, ରାଜେଶ କୁମାର ରାୟ, ରବୀନ୍ଦ୍ର ପତି,ଅଞ୍ଜନ ରାୟ, ଘନଶ୍ୟାମ ବାରିକ ଆଦି ବାହୁଡା଼ ଯାତ୍ରା ରେ ଉପସ୍ଥିତ ଥିଲେ l ସମସ୍ତ ଭକ୍ତ ମାନେ ମାଉସୀ ମାଆ ମନ୍ଦିରରୁ ମହାପ୍ରଭୁ ଙ୍କୁ ତାଙ୍କ ମନ୍ଦିରକୁ ଆଣିଥିଲେ l ଗ୍ରାମବାସୀ ଓ ଭକ୍ତ ମାନେ ମିଶି ଘଣ୍ଟ ଘଣ୍ଟା, ବାଣ ବାଜା ରୋଷଣୀରେ ବାହୁଡା଼ ଯାତ୍ରା ପାଳନ କରିଥିଲେ l

Leave A Reply

Your email address will not be published.