ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ):- ଓଡ଼ିଶାର ୪ କୋଟି ଜନତା ଙ୍କ ପାଇଁ ଲୋକପ୍ରିୟ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ଏବଂ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ବ ତଥା ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ଗ୍ରାମ ପଞ୍ଚାୟତ ର ବିଜେପି କର୍ମୀ ବୀରବର ସ୍ୱାଇଁ ବିଜେପି ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ବିଧାୟକ ଶ୍ରୀ ଜେନା ବିଜେପି କର୍ମୀ ବୀରବରଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ମିଳିମିଶି କାର୍ଯ୍ୟ କରି ସରପଡା ଗ୍ରାମର ବିକାଶ ପାଇଁ ଉଦ୍ୟମ ଜାରି ରଖିବା ଆମର ପ୍ରଥମ ଲକ୍ଷ୍ୟ ହେବା ଉଚିତ ବୋଲି ପ୍ରକାଶ କରିଥିଲେ । ଶ୍ରୀ ସ୍ୱାଇଁ ଆଗାମୀ ଦିନରେ ପଂଚାୟତ ସ୍ତରରେ ବିଜୁଜନତା ଦଳର ସମସ୍ତ କର୍ମୀଙ୍କ ସହ ହାତରେ ହାତ ମିଳାଇ ମିଳିମିଶି କାର୍ଯ୍ୟ କରି ବିଜେଡି ଦଳକୁ ବିଜୟର ଟୀକା ପିନ୍ଧାଇବେ ବୋଲି ଶପଥ ଗ୍ରହଣ କରିଥିଲେ । ବିଧାୟକ ଶ୍ରୀ ଜେନାଙ୍କ ସହ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ବିଜେଡି ବ୍ଲକ ସଭାପତି ରମାକାନ୍ତ ମହାନ୍ତି ଙ୍କ ସମେତ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post