ବିିଭିନ୍ନ ସ୍ଥାନରେ ବନମହୋତ୍ସବ ପାଳିତ

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ୭୩ତମ ବନମହୋତ୍ସବ ସପ୍ତାହ ୨୦୨୨ ପାଳନ ଅବସରରେ ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଂଚଳର କୁରାଳ ଡିପିଏଫ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ସନ୍ନିକଟ ନାଉରିଆଗୋଡା ପଂଚୁପାଣ୍ଡବ ପାହାଡ଼ ପାଦଦେଶରେ ୧୫ ହେକ୍ଟର ଟାଙ୍ଗରା ବୁଇଁରେ ଶୁକ୍ରବାର ଦିନ ବୃକ୍ଷଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ୧ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଝୀଲି ପ୍ରଧାନ, କୁରାଳ ଗ୍ରାମପଂଚାୟତ ସରପଂଚ ବିଜନ ପାଇକରାୟ, ସମିତି ସଭ୍ୟା କନକ ପାତ୍ର, ଓଡ଼ଗାଁ ବନାଂଚଳ ଅଧିକାରୀ ଆଶିଷ ରଞ୍ଜନ କହଁର, ବନପାଳ ସନ୍ଧ୍ୟାରାଣୀ ନାୟକଙ୍କ ସହିତ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ଗଣେଶ୍ୱର ସାହୁ, ଅର୍ଜୁନ କୁମାର ସାହୁ ଯୋଗଦେଇ ଆମ୍ବ ପଣଷ, ଜାମୁ, ଶାଗୁଆନ, ଶିଶୁ ଇତ୍ୟାଦି ଚାରା ରୋପଣ କରିଥିଲେ । ବୃକ୍ଷରୋପଣ ସହିତ ସେଗୁଡିକର ଯତ୍ନ ନେଇ ବଂଚାଇ ରଖିଲେ ପରିବେଶ ସନ୍ତୁଳିତ ରହିପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସେହିପରି ଗୁରବାର ସକାଳ ୯ ସମୟରେ ଓଡ଼ଗାଁ ଦେଓାନି ଅଦାଲତ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଦେଓାନୀ ଜଜ ତଥା ସହକାରୀ ଦୈାରାଜଜ ଶିବାଶିଷ ଗିରି, ଦେଓାନୀ ବିଚାରପତି ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ସୃଜନ ସାସ୍ୱତ, ବାର ଆସୋସିଏସନ ସଭାପତି ଇନ୍ଦୁ ଭୁଷଣ ମିଶ୍ର, ସମ୍ପାଦକ ଗୈାରହରି ସ୍ୱାଇଁ, କୋଟ କର୍ମଚାରୀ ଏବଂ ବନାଂଚଳ କର୍ମଚାରୀଙ୍କ ମିଳିତ ସହଯୋଗରେ ନାନାଦି ପ୍ରକାର ଚାରା ରୋପଣ କରାଯାଇଥିଲା ।

Leave A Reply

Your email address will not be published.