ଅସ୍ତରଙ୍ଗ/ଦୁଃଶାସନ ନାୟକ: ଅସ୍ତରଙ୍ଗ ବ୍ଲକ ସରିପୁର ଠାରେ ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ ଦୁଇ ମନ୍ତ୍ରୀଙ୍କ ଦ୍ୱାରା ଶେଷ ହୋଇଛି। ଆୟୋଜିତ ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡା ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା,ଜଗତସିଂହପୁର ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ, ପୁରୀ ଜିଲ୍ଲା ପରିଷଦ ଉପାଦକ୍ଷ ସ୍ଵାଧୀନ କୁମାର ନାୟକ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିମୟ ଦଳାଇ, ଜିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ସ୍ଵାଇଁ, ବନିତା ବେହେରା,ଅସ୍ତରଙ୍ଗ ବ୍ଲକ ଅଧକ୍ଷା,ଆରତୀ ନଏକ, ସରପଞ୍ଚ ସମିତି ସଭ୍ୟା ପ୍ରମୁଖ ଯୋଗ ଦେଇଥିଲେ।ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ଦୁଇ ମନ୍ତ୍ରୀ କହିଥିଲେ।ଉକ୍ତ ଆଦର୍ଶ ବିଦ୍ୟାଳୟ ଦୁଇ ମାସ ହେଲା ଏହି ବ୍ଲକ ଅଧିନ ସୁରେନ୍ଦ୍ର ନାଥ ବିଦ୍ୟାପୀଠ ସୁନ୍ଦର ଠାରେ ଅସ୍ଥାୟୀ ଭାବେ ୮୪ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ଚାଲୁଅଛି। ଆଦର୍ଶ ବିଦ୍ୟାଳୟ ଟି ୧୮ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ପାଇଁ ମନ୍ତ୍ରୀ ଶ୍ରୀ ଦାଶ ଗଣମାଧ୍ୟମଙ୍କୁ ସୂଚନା ଦେଇଥିଲେ।ଛାତ୍ରାବାସ ଡିସେମ୍ବର ୨୪ ମଧ୍ୟରେ ଶେଷ ହେବାକୁ ଥିବାବେଳେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଆସନ୍ତା ଶିକ୍ଷା ବର୍ଷ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷକରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଦାଇତ୍ୱ ନେଇଥିବା ବେଳେ, ଏହାର ପ୍ରାରମ୍ଭିକ ବ୍ୟୟ ଅଟକଳ ମୂଲ୍ୟ ୭ କୋଟି ୭୩ ଲକ୍ଷ ୫ ହଜାର ରହିଛି।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ତ୍ତ ବିଭାଗ କେ, କୁମାର ହେମ୍ବ୍ରମ, ସହକାରୀ ନିର୍ବାହୀ ଯନ୍ତ୍ରୀ,କନିଷ୍ଟ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦଣ୍ଡପତି ,ବ୍ଲକ ଶିକ୍ଷାଧିକାରୀ ମନ୍ଦରଧର ମହାନ୍ତି ,ଆଦର୍ଶ ବିଦ୍ୟାଳୟର ଅଧକ୍ଷା ସଂଗୀତା ମଲ୍ଲିକ, ଶିକ୍ଷକ ସତ୍ୟ ରଞ୍ଜନ ଯେନା, ମାନସ ସ୍ଵାଇଁ, ଶ୍ରୀକାନ୍ତ ସାହୁ, ମାମିନା ବେହେରା ଓ ପୂର୍ତ୍ତ ବିଭାଗ କର୍ମଚାରୀ ପ୍ରଭାକର ମୁଦୁଲି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.