ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରି ଉଚ୍ଚ ବିଦ୍ୟାଳୟ, ଟେମରିରେ ବନମହୋତ୍ସବ ପାଳନ କରାଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଳାମଣି ଭୋଇଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏହି ଅବସରରେ ପାଇକମାଳ ବନଖଣ୍ଡର ଫରେଷ୍ଟର ଖେଳପ୍ରିୟ ସାହୁ, ସ୍କୁଲକୁ ପୋଷ୍ୟ ଗ୍ରହଣ କରିଥିବା ସମାଜସେବୀ ଚାରୁବାଲା ବାରିକ (ଦୀପା),ଆମ ଜଙ୍ଗଲ ଯୋଜନା ପ୍ରକାଶ ହୋତା, ଫରେଷ୍ଟର ମନୋରଞ୍ଜନ ବାରିକ, ସରପଞ୍ଚ ଦିଲ୍ଲୀପ ବେହେରାଙ୍କୁ ନିମନ୍ତ୍ରିତ କରାଯାଇଥିଲା.ପ୍ରଥମେ ଗାଁରେ ଛାତ୍ରଛାତ୍ରୀ ମାନେ ଭ୍ରମଣ କରି ବୃକ୍ଷରୋପଣ ଏବଂ ଗଛର ମହତ୍ତ୍ଵକୁ ନେ଼ଇ ଏକ ଶୋଭାଯାତ୍ରା କରିଥିଲେ.ପରେ ବିଦ୍ୟାଳୟରେ ଏକ ସଭା ଆୟୋଜନ କରି ଛାତ୍ରଛାତ୍ରୀ ମାନେ ପରିବେଶ ପ୍ରତି ଥିବା ତାଙ୍କ ଦାୟିତ୍ଵକୁ ବୁଝିବା ସଙ୍ଗେ ସଙ୍ଗେ ବୃକ୍ଷରୋପଣ ଆମ ପାଇଁ କେତେ ଯେ ମହତ୍ତ୍ୱପୂର୍ଣ୍ଣ ତାହା ଅତିଥି ମାନଙ୍କ ଠାରୁ ବୁଝିଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଫରେଷ୍ଟର ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣ କରିବାର ସଠିକ ଉପାୟ ବିଷୟରେ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ବୃକ୍ଷରୋପଣର ଉପକାରିତା ବିଷୟରେ ଆଲୋକପାତ କରିଥିଲେ | ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସଙ୍ଗେ ଗଛ ଲଗାଇ ଯତ୍ନ ନେବା ପାଇଁ କହିଥିଲେ. ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣ କରିଥିଲେ | ପ୍ରଧାନ ଶିକ୍ଷକ, ଦୀପା ବାରିକ ଏବଂ ସରପଞ୍ଚ ଅନୁରୂପ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣ କରିବା ସହ ତାକୁ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଯତ୍ନ ନେବା ପାଇଁ କହିଥିଲେ |ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ସମେତସହକାରୀ ଶିକ୍ଷକ ଦୈତାରି ସ୍ୱାଇଁ, ମଣ୍ଟୁ ଭୋଇ, ଉସତ୍ ଲାଲ ବେଣ୍ଟକାର,ମମତା ଭୋଇ, କୁସୁମା ଗୁରାଣ୍ଡି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ସଦସ୍ୟାଗଣ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.