କାଶୀପୁର ରେ ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ:ରାୟଗଡା ଜିଲ୍ଲା କାଶୀପୁର ଠାରେ ଥିବା ଚେତକ କ୍ଲବ ଠାରେ ଜିଲ୍ଲାର ଅଷ୍ଟମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ପ୍ରଥମେ ଶ୍ୟାମା ପ୍ରଶାଦ ମୁଖାର୍ଜୀ ଙ୍କ ଜନ୍ମଦିନ ଅବସରରେ ଦୀପ ପ୍ରଜ୍ଜଳନ କରାଯାଇ ତାଙ୍କର ବଳିଦାନ ଓ ତ୍ୟାଗ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା |ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରୁ ନିମନ୍ତ୍ରିତ ସଦସ୍ୟ, ଜିଲ୍ଲା ସଭାପତି, ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ର ସାଧାରଣ ସମ୍ପାଦକ କାଲିରାମ ମାଝୀ, ଜିଲ୍ଲା ପ୍ରଭାରି ଗୋବିନ୍ଦ ଜୈନ, ରାଜ୍ୟ ଓ ବି ସି ମୋର୍ଚ୍ଚା ର ଉପସଭାପତି ରାମ ବେହେରା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ସ୍ୱାଗତ ଜଣାଇ ମଞ୍ଚାସିନ ହେବା ପାଇଁ ସ୍ୱାଗତ କାର୍ଯ୍ୟକ୍ରମ ହୋଇଥିଲା |ଉକ୍ତ କାର୍ଯ୍ୟକ୍ରମରେ ବିଶେଷ ଭାବରେ ନୂତନ ଭାବରେ ଦାୟିତ୍ୱ ନେଇଥିବା ରାୟଗଡା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନୀଳାଦ୍ରୀ ପାତ୍ର ଙ୍କୁ ଆଗକୁ ସଂଗଠନ କିପରି ସୁଦୃଢ ହେବା ସହ ବୁଥ ସ୍ତରରେ କିପରି ଦଳ ମଜଭୂତ ହେବ ସେ ନେଇ ଏକ ବ୍ଲୁ ପ୍ରିଣ୍ଟ ତିଆରି ହୋଇଥିଲା |

Leave A Reply

Your email address will not be published.