ନୂଆଗାଁ/ସୁବ୍ରତ ପରିଡା: ନୟାଗଡ ଜିଲ୍ଲା ନୂଆଗାଁ ତହସିଲ ରେ ଜେ. ଏମ. ଏଫ୍. ସି କୋର୍ଟ ସ୍ଥାପନ ପାଇଁ ବିଧାନ ସଭା ପ୍ରଶ୍ନ କାଳରେ ଦାବୀ ଉପସ୍ଥାପନା କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଆଜି ବିଧାନସଭା ଅଧିବେଶନ ରେ ଅଣ ତାରିକା ପ୍ରଶ୍ନ ସଂଖ୍ୟା ୧୪୧ ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ତହସିଲରେ ଏକ ନୂତନ ଜେ ଏମ ଏଫ ସି କୋର୍ଟ ଖୋଲିବା ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି ଓ କେବେ କାର୍ଯ୍ୟକ୍ଷମ ହେଵ ବୋଲି ଦଶପଲ୍ଲା ବିଧାୟକ ପ୍ରଶ୍ନ କରିଥିଲେ ।ଏହି ପ୍ରଶ୍ନ ର ଉତ୍ତର ଦେଇ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ,ନୂଆଗାଁ ତହସିଲରେ ଏକ ନୂତନ ଜେ ଏମ ଏଫ୍ ସି କୋର୍ଟ ଖୋଲିବା ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରଧୀନ ଅଛି ଏବଂ ଉକ୍ତ ପ୍ରସ୍ତାବ କୁ ବିଚାର ନିମନ୍ତେ ଆଗାମୀ ଆର୍ଥିକ ବର୍ଷର ଉଚ୍ଚ ସ୍ତରୀୟ କମିଟି ବୈଠକରେ ଉପସ୍ଥାପନ କରାଯିବ ବୋଲି କହିଥିଲେ।ଦଶପଲ୍ଲା ବ୍ଲକ୍ ରେ ଜେ ଏମ ଏଫ୍ ସି କୋର୍ଟ ଥିବା ବେଳେ ନୂଆଗାଁ ତହସିଲରେ ନଥିଲା।ଯାହା ଫଳରେ ଲୋକମାନେ ବିଭିନ୍ନ ସମସ୍ୟା ନେଇ ନୟାଗଡ କୋର୍ଟ କୁ ଯିବାକୁ ପଡୁଥିଲା।ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଦଶପଲ୍ଲା ବିଧାୟକ ଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିବା ସହ ବିଧାୟକ କଥାରେ ନୁହେଁ କାର୍ଯ୍ୟରେ କରି ଦେଖାନ୍ତି ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.