ହାଟଡିହି/ମକର ଧ୍ୱଜ ଯେନା: କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ର ପୂର୍ବତନ ପୂତ୍ତବିଭାଗ ର କର୍ମଚାରୀ ତଥା ଧର୍ମପରାୟଣ ଶରତ କୁମାର ବିଶ୍ବାଳଙ୍କ ଅଚାନକ ବିୟୋଗ ରେ ତାଙ୍କର ବଡପୁଅ ପୂର୍ବତନ ସମିତି ସଭ୍ୟ ବିରେନ୍ଦ୍ର କୁମାର ବିଶ୍ବାଳ ଓ ତାଙ୍କର ପରିବାର ବର୍ଗ ଦୁଃଖରେ ମ୍ରିୟମାଣ ହୋଇଯାଇଥିଲେ।କେଉଁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଶାଳଣିଆଁସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତଃ ଶରତଙ୍କ ଧର୍ମପତ୍ନୀ ସାବିତ୍ରୀ ବିଶ୍ବାଳ,ପୁଅ ବିରେନ୍ଦ୍ର,ରବିନ୍ଦ୍ର,ସୁରେନ୍ଦ୍ର ଓ ପରିବାର ବର୍ଗଙ୍କୁ ସ୍ବାନ୍ତନା ଦେବା ସହିତ ସମବେଦନା ଜଣାଇ ଥିଲେ। ସେ ଦିଲ୍ଲୀ ଗସ୍ତ ରେ ଥିବାରୁ ସ୍ବର୍ଗତଃ ଶରତ ବିଶ୍ବାଳଙ୍କ ସୃତି ସଭାରେ ଯୋଗଦାନ କରିପାରିନଥିଲେ ବୋଲି ଦୁଃଖରେ ମତପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.