ଅର୍ଧେନ୍ଧୁ ଦାସ ଙ୍କ ଗିରଫଦାରୀ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

0

ଭଞ୍ଜନଗର / ନିଲୁ ବିଷୋୟୀ : ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଧୁ ଦାସ ଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫଦାରୀ ପ୍ରତିବାଦରେ ଆଜି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଇଓଡ଼ବ୍ଲୁ ଜରିଆରେ ଯେଉଁ ଭଳି ତତ୍ପରତା ଦେଖାଇ ଉଦେଶ୍ୟ ମୂଳକ ଭାବେ ଅର୍ଧେନ୍ଧୁ ଦାସଙ୍କୁ ଗିରଫ କରିଛନ୍ତି ତାହା ଅତ୍ୟନ୍ତ ନିର୍ଦନୀୟ ଅଟେ। ସତ୍ୟକୁ ସାମ୍ନାକୁ ଆଣୁଥିବା ସାମ୍ବାଦିକ ଙ୍କ କଣ୍ଠରୋଧ କରାଯିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଏହି ଘଟଣା କୁଠାରଘାତ କରୁଥିବା ଉତ୍କଳ ସାମ୍ବାଦିକ ସଂଘ ଅଭିଯୋଗ କରିଛି। ଅଗଣତାନ୍ତ୍ରିକ ଉପାୟରେ ଶ୍ରୀ ଦାସଙ୍କ ବିରୋଧରେ ହୋଇଥିବା କାଯ୍ୟାନୁଷ୍ଠାନର ନିରପେକ୍ଷ ଭାବେ ତଦନ୍ତ କରି ସମ୍ବିଧାନ ଓ ସାମ୍ବାଦିକ ଙ୍କ ସୁରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ସଂଘ ରାଜ୍ୟପାଳ ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି। ଏଥିରେ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ,ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼, ସହ ସମ୍ପାଦକ ନିଲୁ ବିଷୋୟୀ, ଜିଲ୍ଲା ସଂଯୋଜକ ବିଶ୍ୱମ୍ଭର ଜେନା,କୋଷାଧ୍ୟକ୍ଷ ଭବାନୀ ଶଙ୍କର ପାଳ,ବଡ଼ ଖବର ପ୍ରତିନିଧି ନଚିକେତା ପ୍ରଧାନ,ରଞ୍ଜନ ସ୍ବାଇଁ,ସୁଜିତ ବିଷୋୟୀ, ଅମରେନ୍ଦ୍ର ପଟ୍ଟନାୟକ, ପପୁ ପ୍ରଧାନ,ଗୋବିନ୍ଦ ଗୌଡ଼,ସନ୍ତୋଷ ପ୍ରଧାନ,ଗିରିସ ସାହୁ,ପୁରୁଷୋତ୍ତମ ମହାପାତ୍ର,ଅରକ୍ଷିତ ପରିଛା,ଉଦୟ ପଣ୍ଡା,ବବି ରଥ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ |

Leave A Reply

Your email address will not be published.