ଚାଲୁଣି ଗାଁରେ ରଥ ଯାତ୍ରା ଅନୁଷ୍ଠିତ

0

ସିମୁଳିଆ- ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାଲୁଣୀ ଗାଁ ଗ୍ରାମ ପଞ୍ଚାୟତ ରେ  ରଥ ଯାତ୍ରା ବହୁ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। କରନା ମହାମାରୀ କାରଣ ରୁ ଗତ ଦୁଇ ବର୍ଷ ରଥ ଯାତ୍ରା ଉପରେ କଟକଣା ଥିବାରୁ ଭକ୍ତ ମାନଙ୍କ ମଧ୍ୟ ରେ ଦୁଃଖ ପ୍ରକାଶ ପାଇଥିଲା, ଚଳିତ ବର୍ଷ କଟକଣା ଲାଗୁ ନ ଥିବାରୁ ଭକ୍ତ ମାନଙ୍କ ମଧ୍ୟ ରେ ଖୁସିର ଲହରୀ ଖେଳିଯାଇଛି। ସୂଚନା ଥାଉ କି ବହୁ ପୁରାତନ କାଳ ରୁ ଚାଲୁଣି ଗାଁ ଠାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଙ୍କ ରଥ ଯାତ୍ରା ପ୍ରତିବର୍ଷ ନାନା ପ୍ରକାର ରୀତି ନୀତି ଅନୁସାରେ ସମାପନ ହୋଇଥାଏ। ଚଳିତ ବର୍ଷ ସମସ୍ତ ନୀତି ଯଥା ସମ୍ପନ୍ନ ଉଚିତ୍ ସମୟ ଅନୁସାରେ କରାଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ ଭକ୍ତ ମାନଙ୍କ ମଧ୍ୟ ରେ ଅନେକ ଉତ୍ସାହ ଓ ଆନନ୍ଦ ଥିବାର ଦେଖିବାକୁ ମିଳିଛି। ଅନେକ ଶାନ୍ତି ଶୃଙ୍ଖଳା ସହିତ ରଥ ଯାତ୍ରା ସମ୍ପ୍ରନ୍ ହୋଇ ଥିବାର ଦେଖାଯାଇଛି।

Leave A Reply

Your email address will not be published.