ଭଞ୍ଜନଗର: ଭାରତୀୟ ଡାକସେବା ତରଫରୁ ଦେଶ ବ୍ୟାପି ନୂତନ ଭାବେ ଲଫାଫା ଓ ପୋଷ୍ଟକାର୍ଡ ଉନ୍ମୋଚିତ ହୋଇଯାଇଛି।ତାହାର ଅଂଶ ସ୍ୱରୂପ ଓଡ଼ିଶା ଡାକସେବା ମଣ୍ଡଳ ତରଫରୁ ଆସିକା ଡ଼ାକମଣ୍ଡଳ ଅଧିନ ଭଞ୍ଜନଗର ମୁଖ୍ୟ ଡାକ ଘରେ ମଧ୍ୟ ଏହି ଉନ୍ମୋଚନ ଉତ୍ସବ ପାଳନ କରା ଯାଇଥିଲା।ଏହି ଅଵସରରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଅଧ୍ୟକ୍ଷ ଆଇନଜୀବୀ ସୋମନାଥ ନାୟକ ମୂଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ନାୟକ,ଆସିକା ମଣ୍ଡଳ ଇନ୍ସପେକ୍ଟର କ୍ରିଷ୍ଣାନନ୍ଦ, ଶ୍ରମିକ ନେତା ହରେକୃଷ୍ଣ ସାହୁ,ଆଇନଜୀବୀ ସନ୍ତୋଷ ପାଳ, ନିତ୍ୟାନନ୍ଦ ନାଥ ଶର୍ମା ମୁଖ୍ୟ ଡାକପାଳ ଯୋଗଦେଇ ଥିଲେ।ଶମ୍ଭୁନାଥ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.