ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ରଥ ଯାତ୍ରା ଅନୁଷ୍ଠିତ ।

0

ବାସୁଦେବପୁର ରୁ ପ୍ରତାପ କୁମାର ପାଢୀ : ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ପୀଠ ରେ ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କରନା ମହାମାରୀ କାରଣ ରୁ ଗତ ଦୁଇ ବର୍ଷ ରଥ ଯାତ୍ରା ଉପରେ କଟକଣା ଥିବାରୁ ଭକ୍ତ ମାନଙ୍କ ମଧ୍ୟ ରେ ଦୁଃଖ ପ୍ରକାଶ ପାଇଥିଲା, ଚଳିତ ବର୍ଷ କଟକଣା ଲାଗୁ ନ ଥିବାରୁ ଭକ୍ତ ମାନଙ୍କ ମଧ୍ୟ ରେ ଖୁସିର ଲହରୀ ଖେଳିଯାଇଛି। ସୂଚନା ଥାଉ କି ବହୁ ପୁରାତନ କାଳ ରୁ ପ୍ରଭୁ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଙ୍କ ରଥ ଯାତ୍ରା ପ୍ରତିବର୍ଷ ନାନା ପ୍ରକାର ରୀତି ନୀତି ଅନୁସାରେ ସମାପନ ହୋଇଥାଏ। ଚଳିତ ବର୍ଷ ମଧ୍ୟ ପ୍ରସନ୍ନ ଦେବ ଙ୍କ ସମସ୍ତ ନୀତି ଯଥା ସମ୍ପନ୍ନ ଉଚିତ୍ ସମୟ ଅନୁସାରେ କରାଯାଇ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଭକ୍ତ ମାନେ ଶ୍ରୀ ପ୍ରସନ୍ନ ଦେବ ଙ୍କ ମନ୍ଦିର ରୁ ବାଲି ନଗର ଗ୍ରାମ ରେ ଥିବା ଗୁଣ୍ଡିଚା ମନ୍ଦିର ଯାଏଁ ରଥ ଟାଣି ଟାଣି ନେଇଥିଲେ। ମନ୍ଦିର ଟ୍ରଷ୍ଟ ଓ ପ୍ରସନ୍ନ ଦେବ ସେନା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ସହଯୋଗ କରି ରଥ ଟଣା କାର୍ଯ୍ୟ ସମାପନ କରିଥିଲେ।

Leave A Reply

Your email address will not be published.