କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: କାଶୀପୁର ବ୍ଲକ ଟିକିରି ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ୱରେ ଥିବା ଡ୍ରେନର ନିୟମିତ ସଫେଇ ଅଭାବରୁ ର ଜଳ ନିଷ୍କାସନ ରେ ସମସ୍ୟା ହେଉଛି ।ସେହିପରି ଡ୍ରେନ ଭିତରେଦୀର୍ଘ ଦିନ ଧରିଆବର୍ଜନା ପଡ଼ି ରହୁ ଥିବାରୁ ପରିବେଶ ଦୂଷିତହେବା ସହ ମଶା ମାଛି ଙ୍କ ସଂଖ୍ୟା ବୃଦ୍ଧି ପାଉଛି ।କିଛି ସ୍ଥାନରେ ଗାଡ଼ି ନେବା ଆଣିବାରେ ଡ୍ରେନ କୁ ପୋତି ଦିଆ ଯାଇ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ରାସ୍ତା ରେ ଭାସିବା ସହ ଘର ଭିତରେ ମଧ୍ୟ ପଶୁ ଥିବାର ଅଭିଯୋଗ ହେଉଛି । ଦୈନିକ ଶତାଧିକ ଗାଡ଼ି ମଟର ଚଳାଚଳ କରୁ ଥିବା ପୂର୍ତ୍ତ ବିଭାଗ ଅଧିନସ୍ଥଟିକିରି ମୁଖ୍ୟ ରାସ୍ତାର ରକ୍ଷଣାବେକ୍ଷଣରେ ବିଭାଗୀୟ ଅଧିକାରୀମାନେ ଅବହେଳା କରୁଥିବା ଜଣା ଯାଇଛି । ରାସ୍ତାପାର୍ଶ୍ୱ ରେ ଥିବାଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ପୁଲିସ ଥାନା ,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଉ କିଛି ସ୍ଥାନସମ୍ମୁଖରେ ଡ୍ରେନର ସୁବିଧା ନ ଥିବାରୁ ବର୍ଷା ରାସ୍ତା ଉପରଦେଇ ଭାସୁଥିବାରୁ ରାସ୍ତା ନଷ୍ଟ ହେଉଛି ।ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.