ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଓଡିଶାର ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଜିନ୍ଦଲ ଭକ୍ତଦେବ ପାଠାଗାର ଏବଂ ଅଧ୍ୟୟନ କେନ୍ଦ୍ର ଆଜି ଭୁବନେଶ୍ୱରରେ ଉଦଘାଟନ କରାଯାଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ର ମେୟର ଶ୍ରୀମତୀ ସୁଲୋଚାନା ଦାସ ଏହି କେନ୍ଦ୍ରକୁ ଆଜି ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇସ୍କନ ଭୁବନେଶ୍ବରର ଜୋନାଲ ସେକ୍ରେଟାରୀ ଭକ୍ତି ଗୌରବ ନାରାୟଣ ସ୍ଵାମୀ ମହାରାଜ, ଜିନ୍ଦାଲ ଷ୍ଟିଲ ଏଣ୍ଡ ପାୱାରର ପ୍ରେସିଡେନ୍ଟ ତଥା ଗ୍ରୁପ ହେଡ (ସିଏସଆର) ଶ୍ରୀ ପ୍ରଶାନ୍ତ କୁମାର ହୋତା ଇସ୍କନ ଭୁବନେଶ୍ବରର ମନ୍ଦିର ସଭାପତି ଶ୍ରୀ ପ୍ରେମାନନ୍ଦ ଦାସ ଏବଂ ସ୍ଥାନୀୟ କର୍ପୋରେଟର ମାନସୀ ରାଣୀ ସୁନ୍ଦରରାୟ ଉପସ୍ଥିତ ଥିଲେ ।
ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀ ମାନଙ୍କ ସୁବିଧା ପାଇଁ ଏହି କେନ୍ଦ୍ରରେ ୱାଇ-ଫାଇ ସୁବିଧା ସହିତ ଏକ ଲାଇବ୍ରେରୀ, ଏକ ପଠନ କକ୍ଷ ଏବଂ କ୍ୟାଣ୍ଟିନ ସହିତ ଏକ ହଷ୍ଟେଲ ସୁବିଧା ରହିଛି । ୟୁପିଏସସି, ଓପିଏସସି, ବ୍ୟାଙ୍କିଂ ପରି ବିଭିନ୍ନ ବୃତ୍ତିଗତ ପ୍ରବେଶିକା ପରୀକ୍ଷା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବାକୁ କେନ୍ଦ୍ର ଲକ୍ଷ୍ୟ ରଖିଛି |
ଏହି ପଦକ୍ଷେପକୁ ପ୍ରଶଂସା କରି ମେୟର ଶ୍ରୀମତୀ ସୁଲୋଚାନା ଦାସ କହିଛନ୍ତି ଯେ, “ଜେଏସପିଏଲ ଫାଉଣ୍ଡେସନ ଏବଂ ଇସ୍କନର ଏହି ପ୍ରୟାସ ଦ୍ଵାରା ବହୁତ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇ ପାରିବେ । ଏହା ସେମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସାହାଯ୍ୟ କରିବ” ।
ଏକ ବାର୍ତ୍ତାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ନବୀନ ଜିନ୍ଦଲ କହିଥିଲେ ଯେ, “ଜିନ୍ଦଲ ଭକ୍ତିବେଦାନ୍ତ ଲାଇବ୍ରେରୀ ଏବଂ ଅଧ୍ୟୟନ କେନ୍ଦ୍ର ଏକ ଉପଯୋଗୀ ଅଧ୍ୟୟନ ପରିବେଶ ସୃଷ୍ଟି କରିବା ଦିଗରେ ଏକ ପଦକ୍ଷେପ ଯାହା ଦ୍ଵାରା ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାକୁ ଚାହୁଁଥିବା ଯୁବକମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିପାରିବେ”।
ଜେଏସପିଏଲ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ଶାଲୁ ଜିନ୍ଦଲ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, “ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଅଧ୍ୟୟନ ତଥା ପ୍ରତିଯୋଗିତାମୂଳକ ପରୀକ୍ଷାରେ ସହାୟତା କରିବା ପାଇଁ ଜିନ୍ଦଲ ଭକ୍ତିବେଦାନ୍ତ ପାଠାଗାର ଏବଂ ଅଧ୍ୟୟନ କେନ୍ଦ୍ର ଏକ ପ୍ରୟାସ । ଏହି କେନ୍ଦ୍ର ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହିତ ଯୋଗ, ଧ୍ୟାନ, କ୍ୟାରିୟର କାଉନସେଲିଂ ଏବଂ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମର ସୁବିଧା ପାଇ ପାରିବେ” ।
ଏହି କାର୍ଯ୍ୟକ୍ରମକୁ ସଫଳ ରୂପାଯନ କରିବାରେ ଇସ୍କନ ଯୁଥ ଫୋରମ ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ତୁକାରାମ ଦାସ ଜେଏସପିଏଲ ଫାଉଣ୍ଡେସନର ସହାୟତା ପାଇଁ ଧନ୍ୟବାଦ ଜଣାଇଥିଲେ ।
ଜେଏସପିଏଲ ଫାଉଣ୍ଡେସନର ଆର୍ଥିକ ସହାୟତାରେ ଭୁବନେଶ୍ୱର ଇସ୍କନ ଯୁଥ ଫୋରମ ଦ୍ୱାରା ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି | ଲାଇବ୍ରେରୀ ତଥା ରିଡିଂ ରୁମ୍ ରେ ଦୁଇଟି ସିଫ୍ଟ 300 ଛାତ୍ର ଅଧ୍ୟୟନ କରି ପାରିବେ | ଏହା ସହିତ 50 ଜଣ ଛାତ୍ରଙ୍କ ପାଇଁ ଏକ ହଷ୍ଟେଲ ସୁବିଧା ମଧ୍ୟ ଅଛି |
ଅଧ୍ୟୟନ ପାଇଁ ଏକ ଉପଯୁକ୍ତ ପରିବେଶ ପାଇବା ସହିତ, ଛାତ୍ରମାନେ ସେମାନଙ୍କର ସାମଗ୍ରିକ ବିକାଶ ପାଇଁ କ୍ୟାରିୟର ପରାମର୍ଶ ସେବା, ସାପ୍ତାହିକ ବ୍ୟକ୍ତିତ୍ୱ ବିକାଶ ଏବଂ ମୋଟିଭେସନାଲ ସେଶନ ସୁବିଧା ପାଇପାରିବେ |
Sign in
Sign in
Recover your password.
A password will be e-mailed to you.
Prev Post
ଓଡ଼ିଶାର ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ଟଙ୍କା ଯୋଗାଇ ଦେବାର ଉତରଦାୟିତ୍ୱ ନିଅନ୍ତୁ ରାଜ୍ୟ ସରକାର
Next Post