ବଡକୋଦଣ୍ଡାରେ ସାମାଜିକ ନାଟକ ନିମିତ୍ତ ବହି ପୂଜା ଅନୁଷ୍ଠିତ

0

ଭଞ୍ଜନଗର / ନିଲୁ ବିଷୋୟୀ: ପବିତ୍ର ବାହୁଡା ରଥଯାତ୍ରା ଓ ବଡ ଏକାଦଶୀ ଉପଲକ୍ଷେ ଭଞ୍ଜନଗର ବ୍ଲକ ସ୍ଥିତ ବଡକୋଦଣ୍ଡା ଶ୍ରୀଶ୍ରୀ ପତିତ ପାବନ ନାଟ୍ୟ ସଂଘ, ଜଗନ୍ନାଥ ମନ୍ଦିର ତରଫରୁ ସାମାଜିକ ନାଟକ “ଗୀତାକୁ ଛୁଇଁଲେ ପାପ ” ନିମିତ୍ତ ବହି ପୂଜା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ବ୍ରହ୍ମପୁରର ନାଟ୍ୟ ନିର୍ଦ୍ଦେଶକ ଟୁଟୁ ପାଢୀ | ଏହା ଆସନ୍ତା ଜୁଲାଇ ୧୦ ତାରିଖ ରାତ୍ର ୧୧ଟା ବେଳେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ପରିଚାଳକ ଲକ୍ଷୀ ନାରାୟଣ ପାତ୍ର ସୂଚନା ପ୍ରଦାନ କରିଛନ୍ତି | ଏହି ଅବସରରେ ଚିରଞ୍ଜିବୀ ସାହୁ, ବଳରାମ ବେହେରା ,ଅଭିମନ୍ୟୁ ସେଠୀ,ତ୍ରିନାଥ ବେହେରା, ରବିନ୍ଦ୍ର ନାୟକ,ରଞ୍ଜନ ସେଠୀ ,ରଞ୍ଜିତ ସେଠୀ,ବୁଲୁ ସେଠୀ ,ବିଦ୍ୟାଧର ସାହୁ ପ୍ରମୁଖ କଳାକାରଙ୍କ ସମେତ ବରିଷ୍ଠ କଳାକାର ଲଡୁ କିଶୋର ସାହୁ,ପ୍ରସନ୍ନ କୁମାର ସେଠୀ,ପଞ୍ଚୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରଥମ ଦିନର ନାଟ୍ୟ ଅଭ୍ୟାସ କରିଥିଲେ | ପ୍ରତି ବର୍ଷ ରଥଯାତ୍ର ଅବସରରେ କଳାକାରଙ୍କ ଗ୍ରାମ ବଡକୋଦଣ୍ଡାରେ ନିଜସ୍ବ ନାଟକ ପରିବେଷଣ ହେଉଥିଲା ବେଳେ ଗତ ଦୁଇ ବର୍ଷ ହେଲା କରୋନା କଟକଣା ହେତୁ ଏହା ବନ୍ଦ ରହିଥିଲା ା ଚଳିତ ବର୍ଷ ଏହି ନାଟକ ଆୟୋଜନ ହେଉଥିବା ହେତୁ ଗ୍ରାମବାସୀ ଙ୍କ ସମେତ ଆଖ ପାଖରେ ଥିବା ଗାଁ ଗୁଡିକରେ ଖୁସିର ମାହୋଲ ଦେଖିବାକୁ ମିଳିଛି |

 

Leave A Reply

Your email address will not be published.