ପ୍ରଚାର ପ୍ରସାର ଓ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ଯୁବ ସମାଜସେବୀ।

0

ବାସୁଦେବପୁର- ଗତ କିଛି ଦିନ ହେବ ଗଣ ମାଧ୍ୟମ ରେ ଚର୍ଚା ସାଜି ଛନ୍ତି ତୁଂଗୁରୁ ଭୋଳ ଓ ବର୍ଷା ଭୋଳ, ସାମାଜିକ ଗଣ ମାଧ୍ୟମ ରେ ଯେତେବେଳେ ଖୋଲିଲେ ଖାଲି ସେଇ ବିଷୟ ବସ୍ତୁ, ଯାହା ସମାଜ ଉପରେ କୁପ୍ରଭାବ ପଡିପାରେ। ସାମାଜିକ ଗଣ ମାଧ୍ୟମ ଗୁଡ଼ିକ କେବଳ ନିଜର ଟି ଆର୍ ପି ବଢ଼ାଇବା ପାଇଁ ଏହି ବିଷୟ ବସ୍ତୁ କୁ ଅଧିକ ରୁ ଅଧିକ ପ୍ରସାରଣ କରୁଛନ୍ତି। ଏହିଭଳି ଯଦି ଚାଲୁ ରହେ ତେବେ ଏହା ସମାଜ ଉପରେ କୁପ୍ରଭାବ ନିଶ୍ଚିତ ଭାବରେ ପଡୁଛି। ଏଣୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିକଟ କୁ ଆଜି ବାସୁଦେବପୁର ଅଞ୍ଚଳ ର ଯୁବ ସମାଜସେବୀ ମାନେ ଚିଠି ଲେଖି ଜଣାଇଛନ୍ତି। ବାସୁଦେବପୁର ର ଯୁବ ସମାଜସେବୀ ରଶ୍ମି ରଂଜନ ପଲାଇ, ଲକ୍ଷ୍ମୀ କାନ୍ତ ମହାନ୍ତି, ପ୍ରତାପ କୁମାର ପାଢ଼ୀ, ଗୋବିନ୍ଦ ଚନ୍ଦ୍ର ପାଢ଼ୀ, କୃଷ୍ଣ ଚନ୍ଦ୍ର ମହାକୁଡ, ବିଭୂତି ଭୂଷଣ ପଣ୍ଡା ଙ୍କ ସହ ଅନେକ ସମାଜସେବୀ ଚିଠି ଲେଖି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.