ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି।
ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ପିଏ ଆଇଟି ଡିଏ ଫାଲଗୁନି ମାଝୀ , ଜିଲ୍ଲା କ୍ରୀଡା ଅଧିକାରୀ ନଟବର ଗରଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଉକ୍ତ ବୈଠକରେ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା। ଏଥିରେ ୧୨୫ ଜଣ କ୍ରୀଡା ବିତ୍ ଗଜପତି, ଗଞ୍ଜାମ , କୋରାପୁଟ ଏବଂ ମାଲକାନଗିରି ଏହି ଚାରି ଗୋଟି ଜିଲ୍ଲାରୁ ଅଂଶଗ୍ରହଣ କରିବେ। ଗଜପତି ଜିଲ୍ଲାର ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଆଲୋଚନାରେ ଉପସ୍ଥିତ ଥିଲେ। ବୈଠକରେ ଉକ୍ତ ନିଷ୍ପତ୍ତି କ୍ରମେ ଆସନ୍ତା ମାସ ୨ ତାରିଖରେ ସ୍ଥାନୀୟ ଗଜପତି ଷ୍ଟାଡିୟମକୁ କ୍ରୀଡା ଛାତ୍ରବାସ ଚୟନ ପ୍ରକ୍ରିୟା ନିମନ୍ତେ ସ୍ଥାନ ନିରୂପଣ କରାଗଲା।
Sign in
Sign in
Recover your password.
A password will be e-mailed to you.