ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶାର ଖଣି ,ଇସ୍ପାତ ଓ ପୂର୍ତ୍ତି ଵିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ୍ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଵା ସହ ପୂର୍ତ୍ତି ଵିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମିକ୍ଷା ଵୈଠକରେ ଯୋଗଦେଇ ଥିଲେ l ପୂର୍ତ୍ତି ଵିଭାଗ ଅଧିନରେ ଚାଲିଥିବା ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ବିଭାଗିୟ ଅଧିକାରୀ ମାନଙ୍କୁ ନିର୍ଧେଶ ଦେଇଥିଲେ l ପ୍ରଥମେ ମନ୍ତ୍ରୀ ଶ୍ରୀ ମଲ୍ଲିକ୍ ପାରାଦ୍ୱୀପ ରେ ବହୁମୁଖୀ ଇଣ୍ଡୋର ହଲ (ଏମ୍.ପି.ଏଚ)ପରିଦର୍ଶନ କରିଥିଲେ l ପରେ ପରେ ମନ୍ତ୍ରୀ ଜୟପୁର ଠାରେ ମହାନଦୀ ଉପରେ ନିର୍ମାଣ ହେଉଥିବା ଜୟପୁର କଟିକଟା ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ l ଜଗତସିଂହପୁର ସଦର ମହକୁମା ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନିର୍ମାଣ ହେଉଥିବା ଏମ୍.ସି.ଏଚ ବିଲ୍ଡିଂଗ୍ ପରିଦର୍ଶନ କରିଥିଲେ l ପୂର୍ତ୍ତି ମନ୍ତ୍ରୀ ଆଜି ଆଳିପିଙ୍ଗଳ୍ ଠାରେ ଆଳିପିଙ୍ଗଳ-ଖଇରା ରାସ୍ତାର ଶୁଭ ଦେଇଥିଲେ l ମନ୍ତ୍ରୀଙ୍କ ସହିତ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି,ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦା ନନ୍ଦ ସାହୁ ,ପୂର୍ତ୍ତ ଵିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ନିମାଇଁ ଚରଣ ଦାସ ଓ ବିଭାଗିୟ ଅଧିକାରୀ ,ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ସମିକ୍ଷା ଵୈଠକରେ ଯୋଗଦେଇ ସରକାରୀ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଜିଲ୍ଲାର ରାସ୍ତା ଓ ବିଲ୍ଡିଂଗ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ରେ ଶେଷ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ l ଯେଉଁ ଜମି ସମସ୍ୟା ରହିଛି ଓ ନୂତନ ରାସ୍ତାର ପ୍ରସ୍ତାବ ଗୁଡ଼ିକ ବିଭାଗକୁ ପଠାଯିବ l ଛପଡା ରେଲୱେ ଓଭରବ୍ରିଜ୍ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ କନ୍ଦରପୁର ରେଲୱେ ଓଭରବ୍ରିଜ୍ ପାଇଁ ପୂର୍ତ୍ତ ଵିଭାଗ ,ଏଚ. ଏଚ ରେଲୱେ ସହିତ ବୈଠକ କରାଯାଇ ନିର୍ମାଣ କାର୍ଯ୍ୟ କିଭଳି ଶୀଘ୍ର ଆରମ୍ଭ ହେଵ ସେଥି ପାଇଁ ପଦକ୍ଷେପ ଗ୍ରହଣ କରାଯିଵ l ସାଂସଦ ଡା.ରାଜଶ୍ରୀ ମଲ୍ଲିକ୍ ସମିକ୍ଷା ଵୈଠକରେ ଯୋଗଦେଇ ମନ୍ତ୍ରୀ ଙ୍କୁ ଧନ୍ୟଵାଦ ଅର୍ପଣ କରିଥିଲେ l ଏହି ଵୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ,ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ,ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କନକ ପ୍ରଭା ଲେଙ୍କା,ଉପାଧ୍ୟକ୍ଷ ଶ୍ରୀ ରତିରଂଜନ ବେହେରା ,ଦିପ୍ତି ଦାସ, ବିଭାଗିୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.