ଘୁ.ଉଦୟଗିରି,(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଅଗ୍ନୀ ପଥ ଯୋଜନାକୁ ବିରୋଧ କରି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି I ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ପୂର୍ବତ୍ତନ କଂଗ୍ରେସ ବିଧାୟୀକା ଘୁ.ଉଦୟଗିରି ଅଜୟନ୍ତୀ ପ୍ରଧାନ, ବିଧାୟକ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ସଂଯୋଜକ ପ୍ରତାପ ପ୍ରଧାନ, ଜିଲ୍ଲା ଯୁବକଂଗ୍ରେସ ଉପସଭାପତି/ନଗର ସଭାପତି ଗଗନ କୁମାର ପ୍ରଧାନ, ଘୁ.ଉଦୟଗିରି ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, ପୂର୍ବତନ ବ୍ଲକ ସଭାପତି ଟାର୍ଜନ ସାହୁ, ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ୮ନଂ ୱାର୍ଡର କାଉନସିଲର/ ଜିଲ୍ଲା ସାଧାରଣ ସମ୍ପାଦକ ଜାକେଶ ପ୍ରଧାନ, ଗଦାପୁର ସମିତି ସଭ୍ୟ/ଜିଲ୍ଲା ମହିଳା କଂଗ୍ରେସ ସଭାପତି ରୁଦା ମଲ୍ଲୀକ, କଂଗ୍ରେସ ନେତା ମନୋଜ ଦିଗାଲ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ମଲ୍ଲୀକ, ଯୁବନେତା ହିରେନ ନାୟକ, ନାରିନେତ୍ରୀ ଆଞ୍ଜୁମ ଅମ୍ମଦ, ଅନୁସୂଚିତ ଜାତି ସେଲର ଜିଲ୍ଲା ସଭାପତି ପ୍ରଫୁଲ ଦିଗାଲ, ମଣ୍ଡାକିଆ ସମିତି ସଭ୍ୟା କ୍ରିଷ୍ଣା ପ୍ରିୟା ପ୍ରଧାନ, ୫ନଂ ଜୋନ ଜିଲାପରିଷଦ ପ୍ରାର୍ଥୀନୀ ହୀରବତୀ ପ୍ରଧାନ, ଯୁବନେତା ପାଲେ ଖାନଙ୍କ ସମେତ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ରର ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇ ଥିଲେ I ଆଜି ସକାଳେ କଂଗ୍ରେସ କର୍ମୀ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହେବା ସହ ଧାରଣାରେ ବସି କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଥିଲେ I ଯଦି ସରକାର ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହୃତ ନ କରନ୍ତି, ତାହାହେଲେ ଆଗାମୀ ଦିନରେ ବିଜେପି ସରକାରଙ୍କୁ ଦେଶରେ ତୀବ୍ର ବିରୋଧର ସମ୍ମୁଖିନ ହେବାକୁ ପଡ଼ିବ ବୋଲି ଆଜିକାର ସତ୍ୟାଗ୍ରହ ଧାରଣାରେ ଯୋଗ ଦେଇ ଥିବା ଘୁ.ଉଦୟଗିରି ବିଧାନସଭା ନିର୍ବାଚନର କଂଗ୍ରେସ କର୍ମୀ ଓ ନେତାଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି I
Sign in
Sign in
Recover your password.
A password will be e-mailed to you.