ଟିଟିଲାଗଡ଼/ ରଶ୍ମି ରେଖା ମହାପାତ୍ର: ଓଡ଼ିଶା ମାଟିର ସୁପୁତ୍ର,ଓଡ଼ିଆ ଯୁବକ ମାନଙ୍କର ପ୍ରାଣକେନ୍ଦ୍ର ତଥା ବିଜେପି ର ତୁଙ୍ଗ ନେତା, ଦଳୀୟ କର୍ମୀ ଙ୍କ ପ୍ରିୟ ପ୍ରେରଣାର ଉତ୍ସ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନର ଅବସରରେଟିଟିଲାଗଡ଼ ଠାରେ ରାଜ୍ୟ ଯୁବ ମୋର୍ଚା ସଦସ୍ୟ ନର୍ସିଙ୍ଗ ସିଂ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଯୁବ ମୋର୍ଚା ବାହିନୀ ତରଫରୁ ଟିଟିଲାଗଡ଼ ସହର ର ବିଭିନ୍ନ ଜାଗା ରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା l ନିଆରା ଢଙ୍ଗ ରେ ଆଜି ଯୁବ ମୋର୍ଚା କେନ୍ଦ୍ରମନ୍ତ୍ରୀ ଙ୍କ ଜନ୍ମଦିବସ ପାଳନ କରିବା ସହ ଭୋକିଲା ଗରିବ, ଅସହାୟ ମାନଙ୍କ ପେଟରେ ଦୁଇ ମୁଠା ଆହାର ଯୋଗାଇଛି l ସହର ର ବିଭିନ୍ନ ଛକ ତଥା ମନ୍ଦିର ନିକଟରେ ରହି ଭିକ୍ଷା ବୃତ୍ତି କରୁଥିବା ତଥା ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ବିଜେପି ନେତା ନବୀନ ଜୈନ, ଜିଲ୍ଲା ଯୁବ ମୋର୍ଚା ସାଧାରଣ ସମ୍ପାଦକ ପବିତ୍ର ସାହୁ,କୁରସୁଡ଼ ମଣ୍ଡଳ ସଭାପତି ନିମେଇ ବେହେରା, ମଣ୍ଟୁ ସାହୁ, ସୋହେଲ ଖାନ,ରାଜିନ ନାଗ,ରାକେଶ ପଣ୍ଡା ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.