କିଡନୀ ରୋଗରେ ମୃତ୍ୟବରଣ କରିଥିବା ପରିବାରକୁ ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ।

0

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ  ଗ୍ରାମ ପଞ୍ଚାୟତ ସୁନାଇଲୋ ଗ୍ରାମର ସନ୍ତୋଷ କୁମାର ସାହୁ ଗତ କିଛିବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । କିନ୍ତୁ ମହାପ୍ରଭୁଙ୍କ ଅପାର ଲୀଳାରେ ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷ ଙ୍କ ମୃତ୍ୟ ଘଟିଛି । ଫଳରେ ସନ୍ତୋଷ ଙ୍କ ପରିବାର ବର୍ଗ ମାନସିକ, ଆର୍ଥିକ ଏବଂ ଦୁଃଖରେ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛନ୍ତି । ତେବେ ଏହି ଘଟଣା ପ୍ରଚାର ପ୍ରସାର ହେବା ପରେ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା କିଡନୀ ରୋଗ ରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କ ନିକଟରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ସନ୍ତୋଷ ଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ମହାପ୍ରଭୁଙ୍କ ନିକଟରେ କାମନା କରିଥିଲେ । ଏପରିକି ବିଧାୟକ ଶ୍ରୀ ଜେନା ମୃତ ସନ୍ତୋଷ ଙ୍କ ପରିବାରକୁ ୧୦ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବିଧାୟକ ଶ୍ରୀ ଜେନାଙ୍କ ସହ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିସରଞ୍ଜନ ମହାପାତ୍ର, ସରପଞ୍ଚ ରମାକାନ୍ତ ମହାନ୍ତି ଏବଂ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.