ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ୧୨୧ଟି ଗ୍ରାମରେ ପ୍ରଥମ ଓଡିଶା ଏଜୁକେଶନ ଫାଉଣ୍ଡେସନ ପକ୍ଷରୁ ଚାରି ସପ୍ତାହ ଧରି ଚାଲିଆସୁଥିବା ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଉଦଯାପିତ ହୋଇଯାଇଛି।କୁଜଙ୍ଗ ବ୍ଲକ ପଙ୍କପାଳ ପଞ୍ଚାୟତର ପହଣା ଗ୍ରାମର ବଟ ମହାପୁରୁଷଙ୍କ ପୀଠରେ ଆୟୋଜିତ ଉଦଯାପନୀ ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ସ୍ବାଇଁ ,ପଙ୍କପାଳ ସରପଞ୍ଚ ସରୋଜ କୁମାର ସେଠୀ, ମଲ୍ଲାସାହି ସରପଞ୍ଚ ଧ୍ରୁବ ଚରଣ ନାୟକ,ସିଆରସିସି ସନ୍ତୋଷ କୁମାର ନାୟକ, ରାଜେଶ ସାହାଣୀ,ପ୍ରଦୀପ ସାହାଣୀ, ସମ୍ବାଦିକ ଦୁଷ୍ମନ୍ତ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ।ଏହି କାର୍ଯ୍ୟକ୍ରମକୁ ପ୍ରଥମ ଓଡ଼ିଶାର ଜିଲ୍ଲା ସଂଯୋଜକ ମଳୟ କୁଅଁର ସମେତ ଝାଡେଶ୍ବର ମଲ୍ଲିକ, ଗୌତମ,ପାଗଡ,ସୌମ୍ଯରଞ୍ଜନ ଦାଶ,ସ୍ମିତାଞ୍ଜଳୀ ହରିଚନ୍ଦନ ,ଲକ୍ଷ୍ମୀପ୍ରିୟା ସାହୁ,ରଶ୍ମୀତା ମହାରଣା ,ପୁଷ୍ପାଞ୍ଜଳୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଗତ ଦୁଇବର୍ଷ ଧରି କରୋନା ମହାମାରୀରେ ପିଲାମାନଙ୍କ ପାଠପଢାକୁ ଭରଣା କରିବା ପାଇଁ ନାଚଗୀତ,ଗପ,ଚିତ୍ରାଙ୍କନ, ଅଭିନୟ ଓ ବିଭିନ୍ନ କୌଶଳରେ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରରେ ସେଛାସେବୀ ମାନଙ୍କ ଦ୍ୱାରା ୩ୟରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ପାଠପଢା ଯାଉଥିଲା।ଉଦଯାପନୀ ଉତ୍ସବରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ଶିକ୍ଷା ଶିବିରରେ ନିୟୋଜିତ ସେଛାସେବୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରକୁ ସମସ୍ତ ବର୍ଗରୁ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post