ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ପୌରାଞ୍ଚଳରେ ସହର ବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାପାଇଁ ପୌରପରିଷଦ ପକ୍ଷରୁ ଏଣିକି ଆରମ୍ଭ ହେବାକୁ ଯାଉଛି ଜନ ଅଭିଯୋଗ ଶୁଣାଣୀ ଏବଂ ହେଲ୍ପ ଲାଇନ ପ୍ରକୋଷ୍ଠ।
ପାରଳାଖେମୁଣ୍ଡି ସ୍ଥିତ ପୌରପରିଷଦ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୌରଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ସହକାରୀ ଜିଲ୍ଲାପାଳ ତଥା ପୌର ପରିଷଦର ଭାରପ୍ରାପ୍ତ କାର୍ଯ୍ୟ-ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା।
ପୌରଧ୍ୟକ୍ଷା ଶ୍ରୀମତୀ ସେଠୀ , ଏ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ , ପାରଳା ସହରବାସୀ ଯେଭଳି ସମସ୍ତ ସେବା ଓ ସୁବିଧା ନିରନ୍ତର ଭାବେ ପାଇ ପାରିବେ , ସେଥିପାଇଁ ପୌର ପରିଷଦ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ଏହି ପ୍ରକ୍ରିୟାକୁ ଅଧିକ ତ୍ବରାନ୍ୱିତ କରିବା ପାଇଁ ଏକ ହେଲ୍ପ-ଲାଇନ ପ୍ରକୋଷ୍ଟ ଖୋଲାଯିବ , ଯାହାର ଫୋନ ନଂ ୭୭୩୫୮ ୩୪୪୮୦ (77358 34480) ଏବଂ ଏହି ନମ୍ବର ସମସ୍ତ ପ୍ରକାରର ଅଭିଯୋଗ ପାଇଁ ଉପଲବ୍ଧ ହେବ।
ଏଥିରେ ମୁଖ୍ୟତଃ ସହରର ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଓ ବସ୍ତି ଆଲୋକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ଅଭିଯୋଗ ଆସିବା କ୍ଷଣି ତୁରନ୍ତ ତାର ସମାଧାନ କରାଯିବା ଦିଗରେ ପଦକ୍ଷେପ ନିଆଯିବ।
ଜନ ଅଭିଯୋଗ ଶୁଣାଣୀ ମାସର ପ୍ରଥମ ମଙ୍ଗଳବାର ଦିନ ହେବ। ଯଦି ମଙ୍ଗଳବାର ଦିନ ଯଦି ଛୁଟି ପଡେ , ତା ହେଲେ ଏହା ତାର ପରଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ଜନ ଶୁଣାଣୀ ଅଭିଯୋଗରେ ସମସ୍ତ ପ୍ରକାରର ଅଭିଯୋଗ ଶୁଣାଯିବ ଏବଂ ଆବଶ୍ୟକ ସ୍ଥଳେ ରେଣ୍ଡମ ଫିଲଡ଼ ଭିଜିଟ ମଧ୍ୟ କରାଯିବ ବୋଲି କହିଥିଲେ ।
ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ଠାରେ ଉତ୍ତମ ସେବା ପହଞ୍ଚାଇବା ପାଇଁ ପୌରପରିଷଦ ସର୍ବଦା ପ୍ରୟାସ ଜାରୀ ରଖି କାର୍ଯ୍ୟ କରିବ ଏବଂ ଏଥିପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହି ସାମ୍ବାଦିକ ସମ୍ମିଳନୀରେ ପୌରଧ୍ୟକ୍ଷା ଶ୍ରୀମତୀ ସେଠୀ ଓ ସହକାରୀ ଜିଲ୍ଲାପାଳ ତଥା ପୌର ପରିଷଦର ଭାରପ୍ରାପ୍ତ କାର୍ଯ୍ୟ-ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସୂଚନା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୌରପରିଷଦର ଉପାଧ୍ୟକ୍ଷା ଶ୍ରୀ ଲେଙ୍କା ମଧୁ ମଞ୍ଚାସୀନ ଥିବା ବେଳେ ବହୁ ସାମ୍ବାଦିକ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post