ଜଗତସିଂହପୁର/ସୁମନ୍ତ କୁମାର ଦାସ:ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ଜନ୍ମମାଟି ଖେରସ ଠାରେ ଓଡ଼ିଶା ପାଠକ ସାମୁଖ୍ୟ ପକ୍ଷରୁ ପାଳନ ହୋଇଯାଇଛି l
ଓଡ଼ିଆ ପାଠକ ସାମୁଖ୍ୟର ଆବାହକ ବିପ୍ଳବ ଚୌଧୁରୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହ ସଂଗ୍ରାମୀଙ୍କ ସ୍ମୃତି ଚାରଣ କରାଯାଇଥିଲା।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ସମ୍ପାଦକ ସାରଦା ଦାସ,ଉପ ସଭାପତି ବିଜୟ କୁମାର ରାଉତ, ବିଶିଷ୍ଟ ଶିକ୍ଷାବିତ ଗୋଲଖ ସିଂହ, ଭଗବାନ ଦାଶ, ସାମାଜିକ କର୍ମୀ ପ୍ରବୀର ପରିଜା,କୃଷ୍ଣଚନ୍ଦ୍ର ପ୍ରଧାନ, ଦେବେନ୍ଦ୍ର ପୃଷ୍ଟି ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ, ବିଶିଷ୍ଟ ଗାନ୍ଧୀବାଦୀ,,ଓଡ଼ିଶାର ଜଣେ ଦୀନ, ଦରିଦ୍ର, ଦଳିତ, ଶ୍ରମିକ, କୃଷକ ମାନଙ୍କ ର ଯଥାର୍ଥ ସେବକ, ଦରଦୀ ଜନ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ,ରୁଷିପ୍ରତିମ ରାଜନେତାଙ୍କ ପାଇଁ ଆମ ରାଜ୍ୟ ତଥା ଜନ୍ମମାଟି ଜଗତସିଂହପୁର ମାଟିର ଏହି ଯୋଗ୍ୟ ସନ୍ତାନ ଏଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇ ଦୀର୍ଘ ଦିନ ବ୍ରିଟିଶ ଶାସକଙ୍କ ଦ୍ଵାରା କାରାବରଣ କରିଥିଲେ।
ନବକୃଷ୍ଣ ଚୌଧୁରୀଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ବୋଲି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post