ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ସ୍ବର୍ଗତ ଲିଙ୍ଗରାଜ ପାତ୍ର , ମାତା ମନୋରମା ପାତ୍ରଙ୍କ ଏକ ମାତ୍ର ନୌବାହିନୀ ଯୁବ ଲେଫଟେନେଣ୍ଟ କମାଣ୍ଡର ସନ୍ତୋଷ ପାତ୍ରଙ୍କ କେରଳ ରାଜ୍ୟର କୋଚି ଠାରେ ଚିକିତ୍ସାଧିନ ସମୟରେ ମୃତ୍ୟୁ ହୋଇଥିବାର ଜଣାପଡିଛି।
ସ୍ବର୍ଗତ ପାତ୍ରଙ୍କ ଦେହ ଅସୁସ୍ଥତା ଥିବା ବେଳେ ସେ କୋଚିର ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସୋମବାର ଦିନ ଚିକିତ୍ସିତ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଧର୍ମପତ୍ନୀ ଶିବାନିବାଳା ପାତ୍ର , ପୁଅ ଏବଂ ଝିଅ ଉପସ୍ଥିତ ଥିବାର ଜଣାପଡିଛି।
ଏହି ଖବର ପ୍ରସାରିତ ହେବା ପରେ ଗୁରାଣ୍ଡି ଏବଂ ଗୋଷାଣୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସନ୍ତୋଷ ପାତ୍ର ଜଣେ ଜଳବୀର ସହ ତାଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ଓଡିଆ ପୌରାଣିକ ସିନେମା ମଥୁରା ବିଜୟରେ ପ୍ରଭୁ କୃଷ୍ଣଙ୍କ ଭୂମୀକାରେ ଅଭିନୟ କରିଥିବାର ମଧ୍ୟ ଜଣାପଡିଛି। ସ୍ବର୍ଗତ ସନ୍ତୋଷ ପାତ୍ର ମହାଦେବୀପୁର ଗ୍ରାମର କବି ଘନଶ୍ୟାମ ଜେନ୍ନାଙ୍କଏକ ମାତ୍ର କନ୍ୟା ଶିବାନିବାଳା ପାତ୍ରଙ୍କୁ ବିବାହ କରିଥିଲେ। ଆଜି ମଙ୍ଗଳବାର କୋଚି ତଥା କର୍ମସ୍ଥଳରେ ତାଙ୍କୁ ଗାର୍ଡଅଫ ଅନର ଦେଇ ଶେଷ କୃତ୍ୟ ସମ୍ପନ୍ନ କରାଯାଇ ଅନ୍ତେଷ୍ଟିକ୍ରିୟା କରାଯାଇଥିବାର ଜଣାପଡିଛି। ଅନ୍ୟପକ୍ଷରେ ସ୍ବର୍ଗତ ସନ୍ତୋଷ ଯେତେବେଳେ ବି ଛୁଟିରେ ନିଜ ଭିଟାମାଟିକୁଆସୁଥିଲେ ସମସ୍ତଙ୍କ ଦୁଃଖ ସୁଖରେ ସାଥ ଦେଉଥିବା ବେଳେ ମେଳାପି ତଥା ଭଦ୍ର ବ୍ୟବହାର ପାଇଁ ପରିଚିତ ଥିଲେ ବୋଲି ଅଞ୍ଚଳରେ ଶୋକ ପ୍ରକାଶ କରିବା ସହ ଆଲୋଚନା ହେଉଛି।
Sign in
Sign in
Recover your password.
A password will be e-mailed to you.