ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ୩୪ ସପ୍ତାହ ଠାରୁ କମ ବୟସର ଜନ୍ମିତ ଶିଶୁ ଏବଂ ୨ କେଜିରୁ କମ ଓଜନ ଥିବା ଶିଶୁଙ୍କ ନିମନ୍ତେ ଚକ୍ଷୁର ଦୃଷ୍ଟି ପଟଳ ତଥା ରେଟିନା ସମସ୍ୟା ଚି଼ହ୍ନଟ ସମ୍ପର୍କିତ ଏକ ଚକ୍ଷୁ ସ୍କ୍ରିନିଙ୍ଗ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଚକ୍ଷୁ (ସ୍କ୍ରିନିଙ୍ଗ) ପରୀକ୍ଷା ଶିବିର ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଭୁବନେଶ୍ଵର ସ୍ଥିତ ଏଲ.ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତରେ ଅନୁଷ୍ଠିତ ହୋଇଥିଲା।
ସେଠାକାର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ଼ା. ସମୀର ନାୟକ ଏବଂ ବାସୁଦେବ ମହାରଣା ପ୍ରମୁଖ ଶିଶୁମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।
ଏଥି ପୂର୍ବରୁ ଶିଶୁ ମାନଙ୍କ ପଞ୍ଜିକରଣ କରାଯାଇ ସେମାନଙ୍କ ୨ ଚକ୍ଷୁରେ ଆଇ-ଡ୍ରପ ପକାଯାଇଥିଲା।
ଆଇ-ଡ୍ରପ ପକାଯିବା ୪୫ ମିନିଟ ପରେ ସମ୍ପୃକ୍ତ ଶିଶୁ ମାନଙ୍କ ଚକ୍ଷୁ ପରୀକ୍ଷାରେ ରେଟିନା ତଥା ଦୃଷ୍ଟି-ପଟଳର ଉପସ୍ଥିତି ଉପରେ ପରୀକ୍ଷା କରାଯାଇଥିଲା।
ଏହି ଚକ୍ଷୁ ଚିକିତ୍ସା ଶିବିରରେ ମୋଟ ୩୨ ଜଣ ଶିଶୁଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ୩ ଜଣ ଶିଶୁଙ୍କ ଚକ୍ଷୁରେ ଚକ୍ଷୁ ପଟଳରେ ସମସ୍ୟା ଥିବା ଜଣାପଡିଥିଲା।
ଡାକ୍ତରଙ୍କ ପରମର୍ଶ କ୍ରମେ ସେମାନଙ୍କୁ ପରବର୍ତ୍ତୀ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ୱର ପଠାଯିବ।
ଏହି ସମସ୍ତ କାର୍ଯ୍ୟକ୍ରମ ଡିଏମଓ ଡା.ପ୍ରମୋଦ କୁମାର ପଣ୍ଡା , ଡିପିଏମ ସୌମ୍ୟାରାଣୀ ଗୌଡ଼ ଏବଂ ଆରବିଏସକେର ପରିଚାଳକ ଶ୍ରୀ ସାଇ ପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଅନୁଷ୍ଠିତ ହୋଇଥିଲା।
ଏହି ଶିବିର କାର୍ଯ୍ୟକ୍ରମରେ ମୁଖ୍ୟତଃ ଯେଉଁ ଜନ୍ମିତ ଶିଶୁକୁ ୩୪ ସପ୍ତାହରୁ ଅଧିକ ଦିନ ହୋଇ ନ ଥିବ ଏବଂ ଯେଉଁ ଶିଶୁ ୨ କେଜିରୁ କମ ଓଜନର ଥିବା ସେହି ଶିଶୁ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏହି ଗ୍ରୁପର ଶିଶୁମାନଙ୍କୁ , ଜାତୀୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟରତ ଡିଇଆଇସି , ମୋବାଇଲ ହେଲଥ ଟିମ ଓ କ୍ଷେତ୍ର ସ୍ତରରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଚି଼ହ୍ନଟ କରି ଏହି ଶିବିରରକୁ ଆଣିଥିଲେ।
ମୁଖ୍ୟତଃ ଏହି ଚକ୍ଷୁ ପରୀକ୍ଷା ଶିବିରରେ ଶିଶୁ ମାନଙ୍କ ଦୃଷ୍ଟି ପଟଳ ଠିକ ବା ସତେଜ ଅଛିନା ନା ନାହିଁ , କଣ ସମସ୍ୟା ରହିଛି କି , ଭବିଷ୍ୟତରେ କିଛି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି କି , ସେହିଭଳି ଲକ୍ଷଣର ସ୍ପଷ୍ଠତା ଉପରେ ପରୀକ୍ଷା କରିଥିଲେ।
ଏହି ଚକ୍ଷୁ ପରୀକ୍ଷା ବେଳେ ଚକ୍ଷୁରେ ଯଦି କିଛି ତ୍ରୁଟି ବା ସମସ୍ୟା ଦେଖାଦେଲେ ତାକୁ ତୁରନ୍ତ ପରବର୍ତ୍ତୀ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ୱର ସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ପଠାଇବା ବ୍ୟବସ୍ଥା କରାଯାଉଛି।
ଏହି ଶିଶୁଙ୍କ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ସମସ୍ତ ଖର୍ଚ୍ଚ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସହାୟତା ରାଶିରେ ମାଗଣାରେ ହୋଇଥାଏ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡା.ପ୍ରମୋଦ କୁମାର ପଣ୍ଡା ଓ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ପରିଚାଳକ ଶ୍ରୀ ସାଇ ପ୍ରସାଦ ଦାସ ସୂଚନା ଦେଇ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post