ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଜଗତସିଂହପୁର ଜିଲ୍ଲା ଗସ୍ତ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ବିଧାନସଭା ଷ୍ଟାଣ୍ଡିଂ କମିଟି -୬ ର ସଵ କମିଟି-୩ ଏକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଖାଦ୍ୟ ଯୋଗାଣ ଓଖାଉଟି କଲ୍ୟାଣ ବିଭାଗର ଖୁଚୁରା ବିକ୍ରୟ କେନ୍ଦ୍ର ,ଗୋଦାମ ଗୃହ,ସମବାୟ ବିଭାଗର କୃଷି ପ୍ରାଥମିକ ସମବାୟ ସମିତି,ହସ୍ତତନ୍ତ ବିଭାଗର ବୁଣାକାର ତନ୍ତୁବାୟ ସହଯୋଗ ସମିତି ପରିଦର୍ଶନ କରିଥିଲେ l ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ତଥା ବିଧାୟକ ଶ୍ରୀ ଅରବିନ୍ଦ ଢ଼ାଲି ଙ୍କ ଅଧକ୍ଷତା ରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ବିଧାୟକ ରଣପୁର ଶ୍ରୀ ସତ୍ୟନାରାୟଣ ପ୍ରଧାନ ସାପର୍ ଖୁଚୁରା ବିକ୍ରୟ କେନ୍ଦ୍ର ,ବଡ଼ବାଗ ତନ୍ତୁବାୟ ସହଯୋଗ କମିଟି,ଗୋପୀନାଥପୁର ପ୍ରାଥମିକ କୃଷି ସମବାୟ ସମିତି ଏବଂ ବସନ୍ତପୁର ଠାରେ ଥିବା ଚାଉଳ ଗୋଦାମ ପରିଦର୍ଶନ କରିଥିଲେ l କମିଟି ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ଉପସ୍ଥିତ ରହି କମିଟି ଅଧ୍ୟକ୍ଷଙ୍କୁ ଜିଲ୍ଲାରେ ପ୍ରାଥମିକ କୃଷି ସମବାୟ ସମିତି, ବୁଣାକାର ତନ୍ତୁବାୟ ସହଯୋଗ ସମିତି ,ଖାଦ୍ୟ ଓ ଯୋଗାଣ ବିଭାଗ ର ଖୁଚୁରା ବିକ୍ରୟ କେନ୍ଦ୍ର ଓ ଚାଉଳ ଗୋଦାମ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିଥିଲେ l୨୦୨୧-୨୨ ଆର୍ଥିକ ବର୍ଷରେ ଜିଲ୍ଲାରେ ୨୭୭୯୦ ଚାଷୀଙ୍କ ଠାରୁ ୧୦୧୭୪୩୮.୪୬ କୁଇନ୍ଟାଲ୍ ଧାନ ୧୦୪ ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ କ୍ରୟ କରାଯାଇଛି l୨୦୨୨-୨୩ ବର୍ଷରେ ୮୨ ସମବାୟ ସମିତି ମାଧ୍ୟମରେ ୧୩୬୧ କୁଇନ୍ଟାଲ୍ ବିହନ ବିକ୍ରୟ କରାଯାଇଛି l ଵୈଠକରେ ଯୋଗଦେଇ ସହକାରୀ ନିର୍ଦେଶକ ହସ୍ତଶିଳ୍ପ ଜିଲ୍ଲାରେ ୫୦୦୦ ହଜାର ରୁ ଅଧିକ କାରିଗର ରହିଛନ୍ତି l ନାଉଗାଁ ହାଣ୍ଡିକ୍ୟାଫ୍ଟ ସ୍କୁଲ ରେ ବେତ ଓ ବାଉଁଶ ତିଆରି ଦ୍ରବ୍ୟ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି lବୟନଶିଳ୍ପ ବିଭାଗର ସହକାରୀ ନିର୍ଦେଶକ ଯୋଗଦେଇ କହିଲେ ଜିଲ୍ଲାରେ ୧୨ଟି ପ୍ରାଥମିକ ବୁଣାକାର ସମବାୟ ସମିତି ରହିଛି l ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ଇନଭଟର୍ ସ୍ଥାପନ ଓ କଂକ୍ରିଟ ନିର୍ମାଣ ନିମନ୍ତେ ବୁଣାକାର ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି lଏହି ଵୈଠକରେ ଯୋଗାଣ ନିଗମ,ଜେନେରାଲ ମ୍ୟାନେଜର ମମତା ନାୟକ,ଜଏଣ ରେଜିଷ୍ଟାର ଜିରୋମ୍ ଜେର୍କେଟା ବିଭାଗିୟ ଅଧିକାରୀ ମାନେ ଉପସ୍ଥିତ ଥିଲେ lବିଧାନସଭା ଷ୍ଟାଣ୍ଡିଂ କମିଟି ସ୍ପଟ୍ ଭିଜିଟ୍ ରେ ସନ୍ତୋଷ ପ୍ରକାଶ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ଶେଷରେ ଧନ୍ୟଵାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.