ମେଲଛାମୁଣ୍ଡାରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳନ

0

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ହୋମୋପେଥିକ ଡାକ୍ତରଖାନା ଆନୁକୂଲ୍ୟରେ ଖେଳ ପଡିଆଠାରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡାକ୍ତର ପୁଷ୍ପଲତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ବାଲମକୁନ୍ଦ ସାହୁ, ସରପଂଚ ପ୍ରତ୍ୟୁଷ ରଂଜନ ଭୋଇ, ସମିତି ସଭ୍ୟ ଠାକୁର ପ୍ରସାଦ ପଣ୍ଡା, ଖେଳ ଶିକ୍ଷକ ଶ୍ରୀବତ୍ସ ପୁରୋହିତ ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ମଂଚାସୀନ ଥିଲେ । ଅତିଥିଗଣ ଯୋଗ ଦିବସର ଉପକାରିତା ଏବଂ ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଯୋଗ ପ୍ରଶିକ୍ଷକ କ୍ଷିରୋଦ୍ର ରଣା ଓ ପ୍ରଶିକ୍ଷିକା ଜୟଶ୍ରୀ ଭୋଇ ଉପସ୍ଥିତ ଆବାଳ ବୃଦ୍ଧ ବନୀତାଙ୍କୁ ବିଭିନ୍ନ ପ୍ରକାର ଯୋଗ ଉପରେ ଶିକ୍ଷା ଦାନ ଦେଇଥିଲେ । କାର୍ଯ୍ୟକ୍ରମ ସବୁକୁ ଗୁଡୁ ଦେବତା, ନରେନ୍ଦ୍ର ବଗାର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.