ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଆନୁକୂଲ୍ୟରେଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁଭୁବନେଶ୍ୱର ଓଡିଶୀ ଗବେଷଣା କେନ୍ଦ୍ର,ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗ ମଂଚ ଠାରେ ବିଶ୍ୱ ସଂଗୀତ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଓଡିଶୀ ସଙ୍ଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଏକାଡେମୀର ଉପ ସଭାପତି ଶ୍ରୀଯୁକ୍ତ ମନ୍ମଥ କୁମାର ଶତପଥୀ, ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀର ସଦସ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର , ଗୁରୁ ଧନେଶ୍ୱର ସ୍ୱାଇଁ ଓ ରାମହରି ଦାସଯୋଗଦେଇଥିଲେ । ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ ରଥ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ବିଶ୍ୱ ସଂଗୀତ ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସଂପ୍ରତି ବରିଷ୍ଠ ଏବଂ ଖ୍ୟାତନାମା ସଂଗୀତଜ୍ଞ ଓ ଗାୟକ ଗାୟିକାମାନଙ୍କ ସମ୍ମାନାର୍ଥେ ଏବଂ ଏ କ୍ଷେତ୍ରରେ ଯୁବ କଳାକାରମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି ଦିବସ ପାଳନର ଉଦ୍ଦେଶ୍ୟ । ବିଶ୍ୱ ସଂଗୀତ ଦିବସ ପାଳିନ ଉପଲକ୍ଷେ ଏଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ କଣ୍ଠଶିଳ୍ପୀ ସୃଷ୍ଟିସ୍ୱରୂପା ମିଶ୍ର ଓ ବସୁନ୍ଧରା ପରିଡା ସଂଗୀତ ପରିବେଷଣ କରିଥିବା ବେଳେକଣ୍ଠଶିଳ୍ପୀବର୍ଣ୍ଣାଳୀ ହୋତା, ରୁବି ମହାନ୍ତି, ନିହା ନିହାରିକା, ସିଦ୍ଧାନ୍ତ ଶତପଥୀ, ଗିରିଜା ଶଙ୍କର ମିଶ୍ର ଓ ବୈଷ୍ଣବୀ ଘୋଷ ସୁଗମ ସଂଗୀତ ଗାନ କରିଥିଲେ । ଯନ୍ତ୍ର ସଂଗୀତ(ଏକକ ଓ ଯୁଗଳବନ୍ଦୀ) ବେହେଲାରେ କେ.ଭୁବନେଶ୍ୱରୀ, ତବଲାରେ କୁଳମଣି ସାହୁ ଏବଂ ମର୍ଦ୍ଦଳରେଅରୂପ ଦାସ ଓ ବୁଦ୍ଧନାଥ ସ୍ୱାଇଁ ଅଂଶଗ୍ରହଣ କରିଥିଲେ । ଚଳଚିତ୍ର ଅଭିନେତ୍ରୀତଥା ଉଦଘୋଷିକାମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.