ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମାଳିସାହି ପଞ୍ଚାୟତ ଗୁଡୁ ପାଙ୍ଗି ଓ 17 ଖଣ୍ଡ ମୌଜା କୁ ନେଇ ବିବାଦ ଲାଗି ରହିଥିବା ଯୋଗୁଁ ବଳଭଦ୍ରପୁର , ଢିପା ମାଳ ପ୍ରଧାନମନ୍ତ୍ରୀ ରାସ୍ତା କାର୍ଯ୍ୟ ବନ୍ଦ ହୋଇ ରହିଥିଲା।ତେବେ ପ୍ରଶାସନ ତରଫରୁ 144 ଧାରା ଲାଗୁ କରାଯାଇ ଆରମ୍ଭ ହୋଇଛି ରାସ୍ତା କାର୍ଯ୍ୟ।ରାସ୍ତା କାର୍ଯ୍ୟ ଆରମ୍ଭ ସମୟରେ ଉପ ଜିଲ୍ଲାପାଳ ଲଗ୍ନଜିତ୍ ରାଉତ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଦ୍ୟୁତ୍ ପଣ୍ଡା, ଏସ୍ ଡି ପି ଓ,ନୂଆଗାଁ ତହସିଲଦାର ପ୍ରଳୟା ନନ୍ଦ ଶତପଥୀ,ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ,ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁ,ସଦର ଥାନା ଅଧିକାରୀ ଦୀପକ ଖଣ୍ଡାୟତ ରାୟ, ଖଣ୍ଡପଡ଼ା ଓ ସରଣକୁଳ ଥାନା ଅଧିକାରୀ ଙ୍କ ସମେତ ଶହେରୁ ଉର୍ଦ୍ଧ୍ବ ପୁଲିସ ଫୋର୍ସ ମୃତୟନ ଥିଲେ।ଆଜି ପ୍ରଥମ ଦିନ ରାସ୍ତା କାର୍ଯ୍ୟ ଆରମ୍ଭ ସମୟରେ କୌଣସି ବିବାଦ ଉପୁଜିନଥିବା ଜଣା ପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post