ପଦ୍ମପୁର: ପଦ୍ମପୁର ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର ସିଭିଲ କୋଟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେବା ସହ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ ରଥ, ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ ଯୋଗ ସାଧନ ଦ୍ବାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ । ଯୋଗ ଭାରତର ପ୍ରାଚୀନ ପରମ୍ଫରା ଏକ ଆମୁଲ୍ୟ ଉପହାର। ଯୋଗ ଦ୍ବାରା ମନ ଓ ଶରୀର, ବିଚାର ଓ କମ ମଧରେ ଏକତାର ଭାବନା ସୁଷ୍ଟି ହୁଏ । ପ୍ରକୁତି ସହ ସମନ୍ବୟ ରକ୍ଷା କରି ଚାଲିବା ରେ ସାହାଯ୍ୟ କରେ । ଏହା ମଣିଷ ର ସାମଗ୍ରିକ ବିକାଶ ଲାଗି ଉଦ୍ଦିଷ୍ଟ । ଜୀବନଶୈଳୀ କୁ ପରିବର୍ତ୍ତନ ସହିତ ଆତ୍ମା ଚେତନା ର ଜାଗ୍ରତ ଏହାର ଲକ୍ଷ୍ୟ । ବରିଷ୍ଠ ଦେବାନୀ ବିଚାରପତି ଶ୍ରୀମତି ଅଭିନ୍ଦିତା ପଣ୍ଡା ଓ ଉପଖଂଡୀୟ ବିଚାରପତି ଶ୍ରୀମତି ପ୍ରଜ୍ଞା ଲଲିତ ମିଶ୍ରା ଉପସ୍ଥିତ ରହି କାଯ୍ୟକ୍ରମ ପରିଚାଲନା କରିଥିଲେ । ପଦ୍ମପୁର ଓକିଲସଂଘର ବରିଷ୍ଠ ଓ ଯୁବ ଆଇନଜୀବି ବିଭିନ୍ନ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଉପସ୍ଥିତ ଜନତାକୁ ସଚେତନ କରାଇଥିଲେ। ଏହ ସଚେତନତା ଶିବିରରେ ପଦ୍ମପୁର ଶ୍ରୀ ଭାସ୍କର ଦାଶ ବିଭିନ୍ନ ଯୋଗ ଶିକ୍ଷା ଦେଇଥିଲେ । ପାରାଲିଗାଲ ସ୍ବେଚ୍ଛାସେବୀ ଗଣ ଉପସ୍ଥିତ ରହି ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ପରିଶେଷରେ ପଦ୍ମପୁର ଓକିଲ ସଂଘର ସଭାପତି ଉମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହିପରି ସଚେତନତା ଶିବିର ଫଳରେ ଲୋକ ମାନଙ୍କ ମଧ୍ୟରେ ଆଇନ ପ୍ରତି ସଚେତନତା ବୃଦ୍ଧି ପାଇବ ବୋଲି ପଦ୍ମପୁର ସହରରେ ଆଲୋଚନା ହେଉଛି। ଶ୍ରୀଗୌତିଆ ସାହୁ, ଶ୍ରୀ ଶାନ୍ତନୁ କୁମାର ତ୍ରିପାଠୀ, ଶ୍ରୀ ଅଜିତ କୁମାର ସତପଥୀ, ଶ୍ରୀ ସୁନିଲ ପାଣିଗ୍ରାହୀ, ଶ୍ରୀ ଚିନ୍ମୟ କୁମାର ପଣ୍ଡା ଓ ଆଇନଜୀବିମାନେ ଉପସ୍ଥିତ ଥିଲେ । ପଦ୍ମପୁର ସିଭିଲ କୋଟର କର୍ମଚାରୀ ଶ୍ରୀ ଫଗ୍ନୁରାମ ମାଝୀ, ଶ୍ରୀ ପବିତ୍ର ସାହୁ, ଶ୍ରୀ ସୁଧିର କୁମାର ଲେଙ୍କା, ଶ୍ରୀ ରାକେଶ ଥନାପତି , ଶ୍ରୀ ବଳିଷ୍ଟ କୁମ୍ଭାର ଓ ଆନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post