ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଦ୍ ଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଜନ ସାଧାରଣ ଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ l ଆଜି ମୋଟ୍ ୭୨ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୬୮ ଟି ଅଭିଯୋଗ ଏବଂ ୪ ଟି ଗ୍ରାମ ଓ ଗୋଷ୍ଠିଗତ ସମସ୍ୟା ସମ୍ପର୍କୀୟ l ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ନିମନ୍ତେ ୧୪ଟି ,ରେସନକର୍ଡ଼ ନିମନ୍ତେ ୦୧ ଟି,ଜମିଜମା ସମସ୍ୟା ୧୫ଟି ,ରେଡ଼କ୍ରସ୍ ପାଣ୍ଠିରୁ ସହାୟତା ନିମନ୍ତେ ୦୧ ଟି,ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୩ ଟି,ଭତ୍ତା ସମ୍ପର୍କୀୟ ୪ ଟି,ପୋଲିସ ସହାୟତା ନିମନ୍ତେ ୪ ଟି,ପରିବାର ବିବାଦ ସମ୍ପର୍କୀୟ ୩ ଟି ଏବଂ ଅନ୍ୟାନ୍ୟ ୨୨ ଟି ଅଭିଯୋଗର ଶୁଣାଣି ହୋଇଥିଲା l ଗୋଟିଏ ଅଭିଯୋଗର ତଦନ୍ତ ଫଇସଲା ହୋଇଥିଲା l ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ୍,ଅତିରିକ୍ତ ପ୍ରକଳ୍ପ ନିଦ୍ଦେଶକ ଶ୍ରୀ ଅଭିମନ୍ୟୁ ପଣ୍ଡା, ଜିଲ୍ଲା ସ୍ତରୀୟ ଅଧିକାରୀ,କ୍ଷେତ୍ରିୟ ଅଧିକାରୀ ,ଜଗତସିଂହପୁର ଵି.ଡି.ଓ ଶ୍ରୀ ସାଗର କୁମାର ନନ୍ଦ,ତହସିଲଦାର ଶ୍ରୀମତୀ ଅଞ୍ଜଳି ତରାଇ ପ୍ରମୁଖ ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.