କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଜି ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କାଶୀପୁର ବ୍ଳକଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ପିଡ଼ି,ଡିଆର୍ଡିଏ, ରାୟଗଡ ରବିନାରାୟଣ ତ୍ରିପାଠୀ,ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ, ଗ୍ରାମୀୟ ଜଳଯୋଗାଣ ସହକାରୀଯନ୍ତ୍ରୀ ,ପ୍ରକଳ୍ପ ପ୍ରଶାସକ ,ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ ପଦ୍ମଚରଣ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ,ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କାଶୀପୁର, ଗଣେଷ ସାମନ୍ତରାୟ,, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଚାଲୁକାନ୍ତି ତାଜନ,ଉଦ୍ୟାନ କୃଷି ଉପନିର୍ଦେଶକ ପତିତପାବନ ସାମନ୍ତରାୟ,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଉପଖଣ୍ଡ ପଂଚାୟତ ଅଧିକାରୀ ସୂର୍ୟ ନାରାୟଣ ମହାରଣା,ଅଧ୍ୟକ୍ଷ ପଂଚାୟତ ସମିତି, କାଶୀପୁର କଣ୍ଠ ମଝି, ବିଡ଼ିଓ କାଶୀପୁର ଦେବାଶିଷ କର, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର, କାଶୀପୁର ,ଅବକାରୀ ଭାରପ୍ରାପ୍ତ ଅଧିକାରୀ କାଶୀପୁର ସୂର୍ଯ୍ୟ ନାରାୟଣ ରଥ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୧୨୦ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା l ଜଣକୁ ୧୦ହଜାର ଟଙ୍କା ରେଡ଼କ୍ରସରୁ ସହାୟତା ପ୍ରଦାନ କରିଥିଲା । ଜିଲ୍ଲାପାଳ ଶ୍ରୀ ମିଶ୍ର ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post