ଭଞ୍ଜନଗର / ନିଲୁ ବିଷୋୟୀ : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ ୧୧ଟି ପତ୍ର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଗ୍ରହଣ କରିଥିଲେ । ଦିବ୍ୟାଙ୍ଗମାନଙ୍କ ନିକଟରୁ ୩ଟି ଅଭିଯୋଗ ପତ୍ର ଆସିଥିଲା ବେଳେ ୮ଟି ସାଧାରଣ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି । ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ, ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା, ଶେରଗଡ ତହସିଲଦାର ଦୟାସିଦ୍ଧୁ ପରିଡା, ସହାୟକ ଜିଲ୍ଲାପାଳ ସଞ୍ଜୟ କୁମାର ସାହୁ, ଏଷ୍ଟାବ୍ଳିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟକର୍ମଚାରୀ ସୁରଭି ପ୍ରଧାନ, ସନ୍ତୋଷ ମହାରଣା, ବଳରାମ ଯାନୀ ପ୍ରଭୃତି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post