ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସଵ ପାଳିତ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ମିଳିତ ଆନୁକୁଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସଵ ପାଳିତ ହୋଇଯାଇଛି l ଉତ୍କଳମଣି ଗୋପବନ୍ଧୁ ଦାସ ଏକାଧାରରେ ଜଣେ ସମାଜସେବୀ ,ରାଜନୀତିଜ୍ଞ ,କବି,ପ୍ରାବନ୍ଧିକ, ସଂସ୍କାରକ ,ସାମ୍ବାଦିକ ଥିଲେ l ବନ୍ଦୀ ର ଆତ୍ମକଥା ଓ ଧର୍ମପଦ ପୁସ୍ତକର ରଚୟିତା ଥିଲେ lଦରିଦ୍ର ନିଷ୍ପେସିତ ଜନତାର ସେବକ ଥିଲେ l ଆଦି କବି ତାଙ୍କ ପୁଣ୍ୟ ତିଥି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ,ପୋୖର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚାନା ସିଂହ,ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ଵିଶୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟସ୍ଥ ଗୋପବନ୍ଧୁ ନଗର ଉଦ୍ୟାନ ଠାରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ l ଏହି ଉତ୍ସବ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ,ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ବର୍ଣ୍ଣ ,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା,ଦୀପକ ପଟ୍ଟନାୟକ ଆଦି ଉପସ୍ଥିତ ରହି ଉତ୍କଳମଣି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l

Leave A Reply

Your email address will not be published.