ଜଗତସିଂହପୁର ଟ୍ରାକ କ୍ଳବ ପକ୍ଷରୁ ରଜପର୍ବ ଓ ବନ୍ଧୁ ମିଳନ ଉତ୍ସବ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ର ସର୍ବପୁରାତନ ସ୍ୱାମୀ ବିବେକାନନ୍ଦ ମେମୋରିଆଲ କଲେଜ ପରିସରରେ ଜଗତସିଂହପୁର ଟ୍ରାକ କ୍ଳବ ପକ୍ଷରୁ ରଜପର୍ବ ଓ ବନ୍ଧୁ ମିଳନ ଉତ୍ସବ ଧୁମ ଧାମ ରେ ପାଳିତ ହୋଇଯାଇଛି l କଲେଜ ପଡିଆରେ ଟ୍ରାକ ରେ ଦୌଡୁଥିବା ପିଲାମାନଙ୍କୁ ନେଇ ଏହି କ୍ଳବ ୧୯୯୩ ମସିହାରୁ ଆରମ୍ଭ ହୋଇଥିଲା l ୧୯୧୮ ମସିହାରୁ ପ୍ରତିବର୍ଷ କଲେଜ ପଡିଆ ରେ ରଜପର୍ବ ପୁରାତନ ଓ ନୂତନ ଖେଳାଳି ମାନେ ଏକତ୍ର ହୋଇ ଏହି ପର୍ବ କୁ ପାଳନ କରିଥାନ୍ତି ଦୁଇ ବର୍ଷ ହେବ କରୋନା ରେ ହୋଇପାରିନଥିବା ପର୍ବ କୁ ଚଳିତ ବର୍ଷ ପୁରାତନ ଓ ନୂତନ ଖେଳାଳି ମାନେ କେକ୍ କାଟି ଦୋଳି ଖେଳି ଓ ପରସପର ମଧ୍ୟରେ ଭାବ ର ଆଦାନ ପ୍ରଦାନ କରି ରଜ ପର୍ବ କୁ ପାଳନକରିଛନ୍ତି l ଏହି ଅବସରରେ ପୁରାତନ ଖେଳାଳି ମାନଙ୍କ ମଧ୍ୟରେ ଯୁବ ନେତା ଅମରେନ୍ଦ୍ର ଦାସ ,ଡକ୍ଟର ରମେଶ ଚନ୍ଦ୍ର ସ୍ୱାଇଁ ,ଅଶୋକ କୁମାର ମହାପାତ୍ର ,ପ୍ରସନ୍ନ କୁମାର ମହାନ୍ତି ,ବିଜୟ କୁମାର ରାଉତ ,ଶ୍ରଦ୍ଧାମଇ ରାଉତ ପ୍ରମୁଖ ଯୋଗଦେଇଥିବା ବେଳେ ଶତାଧିକ ଖେଳାଳି ଯୋଗଦେଇ ରଜର ମଜା ନେଇଥିଲେ l ଆଗାମୀ ଦିନରେ ଏହି ରଜ ପର୍ବକୁ ଖୁବ ଧୁମ ଧାମ ରେ ପାଳନ କରିବେ ବୋଲି ସମସ୍ତେ ମତ ରଖିଥିଲେ l

Leave A Reply

Your email address will not be published.