ରାଜ୍ୟ ବିଜେପି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା

0

ମୋଦି ସରକାରଙ୍କ ୮ବର୍ଷର ସେବା, ସୁଶାସନ ଏବଂ ଗରିବକଲ୍ୟାଣ ଯାତ୍ରା

ଭୁବନେଶ୍ୱର: ମୋଦି ସରକାରଙ୍କ ୮ ବର୍ଷ ପୁର୍ତି ଅବସରରେ ରାଜ୍ୟ ବିଜେପି ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନିତ କରାଯାଇଥିଲା । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ ଔପନାସିକ ଶ୍ରୀ ବିଭୁତି ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଆନ୍ତର୍ଜାତୀକ ସ୍ତରର ସୁନାମଧନ୍ୟ ଚେସ୍ ଖେଳାଳି ଶ୍ରୀ ସ୍ୱୟଂମ୍ସ ମିଶ୍ରଙ୍କୁ ମଧ୍ୟ ଭୁବନେଶ୍ୱରସ୍ଥିତ ବାସଭବନକୁ ଯାଇ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ପଂଚାନନ ନାୟକ, ଗଣମାଧ୍ୟମ ରାଜ୍ୟ ସହ ସଂଯୋଜକ ସୁଜିତକ କୁମାର୍ ଦାସ ଏବଂ ସୁନୀତି ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ଏବଂ ପୂର୍ବତନ ସେନା ପ୍ରକୋଷ୍ଠ ତରଫରୁ ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା ବିଶିଷ୍ଟ କବି ହୃଷିକେଶ ମଲ୍ଲିକ, ପଦ୍ମବିଭୁଷଣ ସୁଦର୍ଶନ ସାହୁ, ବୀରଚକ୍ର ଅତନୁ ଗୁରୁଙ୍କୁ ଭୁବନେଶ୍ୱରଠାରେ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଅସମ୍ଭବକୁ ସମ୍ଭବ କରିବାରେ ପ୍ରୟାସ କେବଳ ମୋଦି ସରକାର କରିପାରନ୍ତି । ଯାହା ୮ବର୍ଷ ଶାସନ କାଳରେ ପ୍ରମାଣିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ମୋଦି ସରକାର ସମାଜର ପ୍ରତ୍ୟେକ ବିଭାଗକୁ ଗୁରୁତ୍ୱ ଦେଇ ସମାଜର ସବୁ ବର୍ଗର ଲୋକଙ୍କୁ ସମ୍ମାନୀତି କରିବାର ପ୍ରୟାସ ଜାରି ରଖିଛନ୍ତିି । ମୋଦିଜୀ ସଦାସର୍ବଦା ସାହିତ୍ୟ, ସୈନିକ, ସଙ୍ଗୀତ, ନୃତ୍ୟ, ଖେଳ ଓ ପଥର ଶିଳ୍ପୀ, ବାଲୁକା କଳାକୁ ଉଚ୍ଚସମ୍ମାନ ଦେଇଆସିଛନ୍ତି । ଯୋଗ୍ୟ ପ୍ରତିଭାକୁ ଉପଯୁକ୍ତ ସମ୍ମାନ ଦେଉଛନ୍ତି ମୋଦି ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
“ଦେଶର କିଛି ହୋଇ ପାରିବ ନାହିଁ” ଚିନ୍ତାଧାରାରୁ “ମୋଦି ଅଛନ୍ତି ତ ସବୁ କିଛି ସମ୍ଭବ”ର ଧାରଣା ସୃଷ୍ଟିି କରିଛନ୍ତି ମୋଦିଜୀ । ରାଷ୍ଟ୍ର ସମେତ ସମାଜ, ଶିକ୍ଷା, କଳା ଓ ସଂସ୍କୃତି, ସାହିତ୍ୟ, ଐତିହ୍ୟ, ସୁରକ୍ଷା, ଖେଳ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ଏବଂ ଖ୍ୟାତି ଆଣିଥିବା ବ୍ୟକ୍ତିବିଶେଷ ଆଜି ମୋଦି ସରକାରରେ ସମ୍ମାନିତ ହେଉଛନ୍ତି । ଏପରିକି ସମାଜର ଶେଷ ଧାଡିରେ ଥିବା ଲୋକପ୍ରତିଭାକୁ ମଧ୍ୟ ଉପଯୁକ୍ତ ସମ୍ମାନୀତ କରାଇ ମୋଦି ସରକାର ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.